ରାଉରକେଲା: ସହର ଉପକଣ୍ଠରେ ପ୍ରବାହିତ କୋଏଲ ନଦୀ ଏବେ ବିପଦପୂର୍ଣ୍ଣ ହୋଇପଡ଼ିଛି। କେତେବେଳେ ପିକ୍ନିକ କରିବାକୁ ଯାଇ କଲେଜ ଛାତ୍ର ବୁଡ଼ିଯାଉଛନ୍ତି ତ ପୁଣି କେତେବେଳେ ଗାଧେଇବାକୁ ଯାଇ ନାବାଳକ ନିଖୋଜ ହୋଇଯାଉଛନ୍ତି। ବିଗତ ଦିନରେ ଏଭଳି ଲୋମଟାଙ୍କୁରା ଅଘଟଣ ଦେଖିବାକୁ ମିଳିଥିଲା। ଗତ ମାର୍ଚ୍ଚ ୧୮ ତାରିଖରେ କୋଏଲନଦୀର ମିଟ୍କୁନ୍ଦୁରୀଠାରେ ଦୁଇ ଜଣ ଆଇଟିଆଇ ଛାତ୍ରଙ୍କ ଜୀବନ ଯାଇଥିଲା। ସ୍ଥାନୀୟ ବୁଧୁବୀର ଆଇଟିଆଇର ପ୍ରଥମ ବର୍ଷର ୮ ଜଣ ଛାତ୍ର ପିକନିକ୍ କରିବାକୁ ମିଟ୍କୁନ୍ଦୁରୀ ଅଞ୍ଚଳକୁ ଯାଇଥିଲେ। ସେଠାରେ ଗାଧେଇବାବେଳେ ବନ୍ଧମୁଣ୍ଡାର ଅନୀକେତ ବୋର୍ଡା(୨୧) ଓ ନୀତେଶ ମହନ୍ତ(୧୯) ନଦୀ ସ୍ରୋତରେ ଭାସିଯାଇଥିଲେ। ୨୦୨୩ ଡିସେମ୍ବର ୨ ତାରିଖରେ ଏଭଳି ଅଘଟଣ ଘଟି ଦୁଇ ଜଣ ଛାତ୍ରଙ୍କ ଅକାଳ ବିୟୋଗ ଘଟିଥିଲା। ବାସନ୍ତୀ କଲୋନି ଡିଏଭି ପବ୍ଲିକ ସ୍କୁଲର ଅଷ୍ଟମ ଓ ନବମ ଶ୍ରେଣୀର ଛାତ୍ର ତଥା ସ୍ଥାନୀୟ ଲେବରଟେନାମେଣ୍ଟ୍ ଅଞ୍ଚଳର ପ୍ରିୟାଂଶୁ ଭୋଳ (୧୪) ଓ ପ୍ରିୟରଞ୍ଜନ ପାଢ଼ୀ। ୟୁନିଟ୍ ଟେଷ୍ଟ୍ ପରୀକ୍ଷା ଶେଷ ହୋଇଥିବାରୁ ପ୍ରିୟାଂଶୁ, ପ୍ରିୟରଞ୍ଜନ ଓ ଅନ୍ୟ ଦୁଇସାଙ୍ଗ ପ୍ରଧାନପାଲି ରେଳ ଓଭରବ୍ରିଜ୍ କୋଏଲନଦୀ ଘାଟକୁ ଯାଇଥିଲେ। ପ୍ରିୟାଂଶୁ ଓ ପ୍ରିୟରଞ୍ଜନ ଗାଧୋଇବାକୁ ନଦୀରେ ପଶିଥିବାବେଳେ ଅନ୍ୟ ଦୁଇ ସହପାଠୀ କୂଳରେ ଛିଡ଼ାହୋଇଥିଲେ। ଗାଧେଇବାବେଳେ ପ୍ରିୟାଂଶୁ ଓ ପ୍ରିୟରଞ୍ଜନ ନଦୀରେ ଭାସି ଯାଇଥିଲେ। ୨୦୨୨ ଜୁଲାଇ ୯ ତାରିଖ ପବିତ୍ର ବାହୁଡାଯାତ୍ରା ଦିନ ସଂଘଟିତ ଘଟଣା ସମଗ୍ର ରାଜ୍ୟରେ ଶୋକ ଖେଳାଇଦେଇଥିଲା। କୋଏଲନଦୀର ଝିରପାଣି ପମ୍ପ ହାଉସ୍ ଘାଟରେ ଗାଧେଇବାବେଳେ ପାଣିରେ ବୁଡି ୪ ଜଣ ସଂପର୍କୀୟ ଭାଇ ଋଷି ସାହୁ (୧୧), କୁନାଲ ସାହୁ (୧୩) ଓ ଆୟୁଷ ସାହୁ (୧୬) ଓ କୌଶଳ ସାହୁ (୧୩)ଙ୍କ ମୃତ୍ୟୁ ହୋଇଥିଲା। ସମସ୍ତେ ଝାଡ଼ଖଣ୍ଡର ମୂଳବାସିନ୍ଦା ହୋଇଥିବାବେଳେ ଝିରପାଣିରେ ରହୁଥିବା ସଂପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିଲେ।
ଗତ ମାର୍ଚ୍ଚ ୧୮ ତାରିଖରେ କୋଏଲନଦୀର ମିଟ୍କୁନ୍ଦୁରୀଠାରେ ଦୁଇ ଜଣ ଆଇଟିଆଇ ଛାତ୍ରଙ୍କ ଜୀବନ ଯାଇଥିଲା। ସ୍ଥାନୀୟ ବୁଧୁବୀର ଆଇଟିଆଇର ପ୍ରଥମ ବର୍ଷର ୮ ଜଣ ଛାତ୍ର ପିକନିକ୍ କରିବାକୁ ମିଟ୍କୁନ୍ଦୁରୀ ଅଞ୍ଚଳକୁ ଯାଇଥିଲେ। ସେଠାରେ ଗାଧେଇବାବେଳେ ବନ୍ଧମୁଣ୍ଡାର ଅନୀକେତ ବୋର୍ଡା(୨୧) ଓ ନୀତେଶ ମହନ୍ତ(୧୯) ନଦୀ ସ୍ରୋତରେ ଭାସିଯାଇଥିଲେ। ୨୦୨୩ ଡିସେମ୍ବର ୨ ତାରିଖରେ ଏଭଳି ଅଘଟଣ ଘଟି ଦୁଇ ଜଣ ଛାତ୍ରଙ୍କ ଅକାଳ ବିୟୋଗ ଘଟିଥିଲା।
କେବେ ଲାଗିବ ସତର୍କ ସୂଚନା?
କୋଏଲ ନଦୀରେ ନିୟମିତ ବ୍ୟବଧାନରେ ଏଠାରେ ଅଘଟଣ ଘଟି ଜୀବନ ଯାଉଛି। ବର୍ଷକୁ ୧୦/୧୫ ଜଣଙ୍କ ଜୀବନ ଯାଉଛି। କେବଳ ନାବାଳକ ନୁହନ୍ତି, ବରଂ କଲେଜ ପଢ଼ୁଆ ଛାତ୍ର ବୁଡ଼ିଯିବାର ନଜିର ରହିଛି। ବର୍ଷବର୍ଷ ହେଲା ଏଭଳି ଜୀବନ ଯାଉଥିଲେ ମଧ୍ୟ ପ୍ରଶାସନର ନିଦ୍ରା ଭଙ୍ଗ ହେବାର ନାଁ ନେଉନି। କୋଏଲନଦୀର ଏକାଧିକ ଘାଟରେ ଲୋକେ ଗାଧେଇବା ସହ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର କରିଥାନ୍ତି। ଏଠାରେ କିନ୍ତୁ ଗୋଟିଏ ବି ସତର୍କ ସୂଚନା ଲାଗିପାରିଲାନି। ବିପଦସଙ୍କେତ ବୋର୍ଡ ଲାଗିଲେ, ଗାଧେଇବାକୁ ଯାଉଥିବା ଲୋକ ସଚେତନ ହେବାସହ ଏଭଳି ଅଘଟଣକୁ ରୋକାଯାଇପାରିବବୋଲି ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି। କିନ୍ତୁ ଏହାକୁ ରାଉରକେଲା ପ୍ରଶାସନ କ୍ରମାଗତଭାବେ ଅଣଦେଖା କରିଚାଲିଛି। ସତର୍କ ସୂଚନା ବୋର୍ଡ ଲଗାନଯିବା ନେଇ ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସତର୍କସୂଚନା ବୋର୍ଡ ଲଗାଯିବା ନେଇ ପ୍ରଶାସନ ସହ ଆଲୋଚନା କରିବାକୁ ପ୍ରତିଶ୍ରୁତି ଦେଇଥିଲେ।
ଘଟଣାସ୍ଥଳରେ ପହଞ୍ଚିଲେ ବିଧାୟକ
ଆଜିର ଅଘଟଣ ବିଷୟରେ ସୂଚନା ପାଇ ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରତୀକଙ୍କ ମା’ ଫୁଲ କୁମାରୀ ବଡ଼ାଇକ ଓ ଅନ୍ୟ ପରିବାର ସଦସ୍ୟଙ୍କୁ ଧେର୍ଯ୍ୟବାନ ହେବାକୁ ନିବେଦନ କରିଥିଲେ। ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଥିବାରୁ ବିଶ୍ବାସ ନ ହରାଇବାକୁ କହିଥିଲେ। ଉଲ୍ଲେଖଯୋଗ୍ୟ, ନିଖୋଜ ନାବାଳକଙ୍କ ମା’ ଫୁଲକୁମାରୀ ବିଜେପି ସହ ସଂପୃକ୍ତ। ସେ ଦଳର ବୁଥ୍ ସଭାନେତ୍ରୀ ଅଛନ୍ତି। ଏହିଅବସରରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ସୁବ୍ରତ ପଟ୍ଟନାୟକ, ସମ୍ପାଦକ ଅଜୟ କଂସାରୀଙ୍କ ସମେତ ବହୁ କର୍ମକର୍ତ୍ତା ସାମିଲଥିଲେ।