ଦଶପଲ୍ଲା: କାମ କରାଇବାକୁ ଘରୁ ଡାକି ନେଇଥିବା ଜଣେ ନାବାଳିକାଙ୍କୁ ଝାନ୍ସି ଚାଲାଣ କରାଯାଇଥିବା ଭଳି ଗୁରୁତର ଅଭିଯୋଗ ସାମ୍ନାକୁ ଆସିବା ପରେ ମଧ୍ୟପ୍ରଦେଶର ବିନା ଅଞ୍ଚଳରୁ ଉଦ୍ଧାର କରିଛି ପୁଲିସ୍। ନାବାଳିକା ଚାଲାଣ ଭଳି ଗୁରୁତର ଘଟଣା ସାମ୍ନାକୁ ଆସିବା ପରେ ବାଣୀଗୋଚ୍ଛା ଥାନା ଅଧିକାରୀ ବିନୟ ରଞ୍ଜନ ପରିଡ଼ା ଏହାକୁ ଗୁରୁତର ସହ ନେଇଥିଲେ। ଉଦ୍ଧାର ପରେ ନାବାଳିକାକୁ ଓଡ଼ିଶା ଅଣାଯାଉଛି। ନାବାଳିକାଙ୍କୁ ଅଣାଯାଇ ପଚରାଉଚରା କରାଯିବା ପରେ ଘଟଣା ଉପରୁ ରହସ୍ୟ ହଟିବ ବୋଲି ଜଣାପଡ଼ିଛି।

Advertisment

ବାଣିଗୋଛା ଥାନା ଅଞ୍ଚଳର ଉକ୍ତ ନାବାଳିକାଙ୍କୁ ୨ ମହିଳା ଗତ ୬ ମାସ ତଳେ ଭୁବନେଶ୍ବର କାମ କରିବାକୁ ଲୋଭ ଦେଖାଇ ନେଇ ଯାଇଥିଲେ। ତେବେ ନାବାଳିକା ସହ ପରିବାର ଲୋକେ ଗତ କିଛି ମାସ ହେବ ସମ୍ପର୍କ କରି ନ ପାରିବାରୁ ମହିଳାଙ୍କ ସହ ଯୋଗାଯୋଗ କରିଥିଲେ। ମାତ୍ର ନାବାଳିକା ଝିଅକୁ ବିବାହ ସହ ଝାନ୍ସିକୁ ଚାଲାଣ କରାଯାଇଥିବା ନେଇ ଜାଣିବାକୁ ପାଇଥିଲେ। ଫଳରେ ଝିଅର ସୁରକ୍ଷିତ ଉଦ୍ଧାର ନିମନ୍ତେ ମା’ ବାଣିଗୋଛା ଥାନାରେ ଏତଲା କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ ବାଣିଗୋଛା ଥାନା ଅଞ୍ଚଳର ଉକ୍ତ ନାବାଳିକାଙ୍କୁ ୨ ମହିଳା ଗତ ୬ ମାସ ତଳେ ଭୁବନେଶ୍ବର କାମ କରିବାକୁ ଲୋଭ ଦେଖାଇ ନେଇ ଯାଇଥିଲେ। ତେବେ ନାବାଳିକା ସହ ପରିବାର ଲୋକେ ଗତ କିଛି ମାସ ହେବ ସମ୍ପର୍କ କରି ନ ପାରିବାରୁ ମହିଳାଙ୍କ ସହ ଯୋଗାଯୋଗ କରିଥିଲେ। ମାତ୍ର ନାବାଳିକା ଝିଅକୁ ବିବାହ ସହ ଝାନ୍ସିକୁ ଚାଲାଣ କରାଯାଇଥିବା ନେଇ ଜାଣିବାକୁ ପାଇଥିଲେ। ଫଳରେ ଝିଅର ସୁରକ୍ଷିତ ଉଦ୍ଧାର ନିମନ୍ତେ ମା’ ବାଣିଗୋଛା ଥାନାରେ ଏତଲା କରିଥିଲେ। ଅଭିଯୋଗ ପରେ ନାବାଳିକା ଝିଅକୁ ଉଦ୍ଧାର ପାଇଁ ଥାନା ଅଧିକାରୀ ଶ୍ରୀ ପରିଡ଼ା ମଧ୍ୟପ୍ରଦେଶ ଯାଇ ଉଦ୍ଧାର କରିଥିବା ସୂଚନା ମିଳିଛି।