ବାଲିପାଟଣା: ଭୁବନେଶ୍ୱର କମିଶନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ଅନତି ଦୂରରେ ଅବସ୍ଥିତ ଶିଶୁ ମଠ ସାହିର ଜଣେ ବୃଦ୍ଧା ସକାଳୁ ଫୁଲ ତୋଳୁଥିବା ବେଳେ ଦୁର୍ବୃତ୍ତ ମାନେ ତାଙ୍କ ବେକରୁ ସୁନା ଚେନ ଝାମ୍ପି ଫେରାର ହୋଇଛନ୍ତି| ଲୁଟର ଶିକାର ହୋଇଥିବା ମହିଳା ହେଲେ ଏହି ଗ୍ରାମର ଅଵସରପ୍ରାପ୍ତ ସେନା କର୍ମଚାରୀ ବୀରବର ମିଶ୍ରଙ୍କ ପତ୍ନୀ ମଞ୍ଜୁଲତା ମିଶ୍ର | 

Advertisment

ସୂଚନା ଅନୁସାରେ ମଞ୍ଜୁଲତା ସବୁଦିନ ଭଳି ଆଜି ଭୋର ୫ ଟାରେ ଘର ପାଖରେ ଫୁଲ ତୋଳୁ ଥିଲେ | ୨ ଜଣ ଦୁର୍ବୃତ୍ତ ଗୋଟିଏ ନାଲି ରଙ୍ଗର ବାଇକରେ ଗାଁ ବାଟ ଦେଇ ବଜାର ଅଭିମୁଖେ ଯାଉଥିଲେ | ମହିଳାଙ୍କ ବେକରେ ସୁନା ଚେନ ପିନ୍ଧିଥିବା ଦେଖି ଗାଁ ଦାଣ୍ଡରୁ ବାଇକ ବୁଲେଇ କୁଶଭୁଦ୍ରା ନଦୀ ପଟକୁ ଫେରିଥିଲେ | ଜଣେ ଦୁର୍ବୃତ୍ତ ବାଇକରୁ ଓହ୍ଲାଇ ଚାଲି ଚାଲି ଯାଇଥିଲା | ମହିଳାଙ୍କୁ ଏକାକୀ ଦେଖି ହଠାତ ତାଙ୍କ ବେକରୁ ଚେନ ଝାମ୍ପିବା ପାଇଁ ଉଦ୍ୟମ କରିଥିଲା | ମହିଳାଜଣଙ୍କ ଚେନକୁ ଜାବୁଡି ଧରିବା ଫଳରେ ଲୁଟେରା ତାଙ୍କୁ ମାଡ଼ ମାରି ତଳେ ପକାଇ ଦେଇ ଚେନ ଝାମ୍ପି ନେଇଥିଲା | ଚେନ ଝାମ୍ପିବା ପରେ କାନ ଫୁଲ ନେବା ପାଇଁ ଉଦ୍ୟମ କରିଥିଲେ | ମହିଳା ତଳେ ପଡି ଚିତ୍କାର କରିବାରୁ ଦୁର୍ବୃତ୍ତ ସହଯୋଗୀଙ୍କ ଗାଡ଼ିରେ ବସି ଶିଶୁ ଅନନ୍ତ ସେତୁ ଦିଗରେ ଫେରାର ହୋଇ ଯାଇଥିଲା | ମହିଳାଙ୍କ ବେକ ରେ କ୍ଷତ ସୃଷ୍ଟି ହୋଇଛି | ଚୋରି ସୁନା ଚେନ ଓଜନ ୧୫ ଗ୍ରାମର ବୋଲି ଜଣା ପଡିଛି |

ମଞ୍ଜୁଲତା ସବୁଦିନ ଭଳି ଆଜି ଭୋର ୫ ଟାରେ ଘର ପାଖରେ ଫୁଲ ତୋଳୁ ଥିଲେ | ୨ ଜଣ ଦୁର୍ବୃତ୍ତ ଗୋଟିଏ ନାଲି ରଙ୍ଗର ବାଇକରେ ଗାଁ ବାଟ ଦେଇ ବଜାର ଅଭିମୁଖେ ଯାଉଥିଲେ | ମହିଳାଙ୍କ ବେକରେ ସୁନା ଚେନ ପିନ୍ଧିଥିବା ଦେଖି ଗାଁ ଦାଣ୍ଡରୁ ବାଇକ ବୁଲେଇ କୁଶଭୁଦ୍ରା ନଦୀ ପଟକୁ ଫେରିଥିଲେ | ଜଣେ ଦୁର୍ବୃତ୍ତ ବାଇକରୁ ଓହ୍ଲାଇ ଚାଲି ଚାଲି ଯାଇଥିଲା | ମହିଳାଙ୍କୁ ଏକାକୀ ଦେଖି ହଠାତ ତାଙ୍କ ବେକରୁ ଚେନ ଝାମ୍ପିବା ପାଇଁ ଉଦ୍ୟମ କରିଥିଲା | ମହିଳାଜଣଙ୍କ ଚେନକୁ ଜାବୁଡି ଧରିବା ଫଳରେ ଲୁଟେରା ତାଙ୍କୁ ମାଡ଼ ମାରି ତଳେ ପକାଇ ଦେଇ ଚେନ ଝାମ୍ପି ନେଇଥିଲା | ଚେନ ଝାମ୍ପିବା ପରେ କାନ ଫୁଲ ନେବା ପାଇଁ ଉଦ୍ୟମ କରିଥିଲେ | ମହିଳା ତଳେ ପଡି ଚିତ୍କାର କରିବାରୁ ଦୁର୍ବୃତ୍ତ ସହଯୋଗୀଙ୍କ ଗାଡ଼ିରେ ବସି ଶିଶୁ ଅନନ୍ତ ସେତୁ ଦିଗରେ ଫେରାର ହୋଇ ଯାଇଥିଲା | ମହିଳାଙ୍କ ବେକ ରେ କ୍ଷତ ସୃଷ୍ଟି ହୋଇଛି | ଚୋରି ସୁନା ଚେନ ଓଜନ ୧୫ ଗ୍ରାମର ବୋଲି ଜଣା ପଡିଛି |

ତେବେ ଗାଁରେ ଲାଗିଥିବା ସିସି ଟିଭିରେ ଦୁର୍ବୃତ୍ତଙ୍କ କାରନାମାର ଚିତ୍ର ଉତୋଳନ ହୋଇଛି | ଏହାକୁ ନେଇ ଉକ୍ତ ଅଞ୍ଚଳରେ ପ୍ରାୟ ୫ ରୁ ଅଧିକ ଛିନତାଇ ହେଲାଣି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି | ପୁଲିସ କୌଣସି ଗୋଟିଏ ଘଟଣାର ପର୍ଦାଫାସ କରି ପାରି ନାହିଁ ବୋଲି ଆଲୋଚନା ହେଉଛି | ବାଲିପାଟଣା ପୁଲିସର ନିଷ୍କ୍ରିୟତା ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି |