ଭୁବନ: ଭୁବନ ବ୍ଲକ ଅନ୍ତର୍ଗତ ମୃଦଙ୍ଗା ଗ୍ରାମର କାଳୀ ମନ୍ଦିର ନିକଟରେ ଥୁଆ ହୋଇଥିବା ଅଟୋ (ଓଡି୧୪ଏଫ ୫୬୬୫)କୁ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ବିଳମ୍ବିତ ରାତ୍ରିରେ ପୋଡ଼ି ପାଉଁଶ ହୋଇଯାଇଛି ଅଟୋ। ଏହି ଅଟୋ ହିଁ ପରିବାର ବଞ୍ଚାଇବାର ସାହାରା ଥିଲା। ଅଟୋ ଦ୍ଵାରା ତିନି ଦିନ ମାଛ ନେଇ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କାଳିଆ ପାଣି ଖଣି ଅଞ୍ଚଳକୁ ମାଛ ବ୍ୟବସାୟ ପାଇଁ ଯାଉଥିଲେ।
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ମୃଦଙ୍ଗା ଗ୍ରାମର କୈବର୍ତ୍ତ ସାହିର ଆକୁଳ ବେହେରାଙ୍କ ସାନ ପୁଅ ସନ୍ତୋଷ (୩୨) ଅଟୋ ସାହାଯ୍ୟରେ ମାଛ ବ୍ୟବସାୟ କରନ୍ତି। ସେ ୭ ବର୍ଷ ହେଲା ଏହି ବ୍ୟବସାୟରେ ପେଟ ପୋଷନ୍ତି। ଅନ୍ୟର ଅଟୋ ଭଡା ନେଉଥିଲେ ସନ୍ତୋଷ। ବ୍ୟବସାୟରୁ କିଛି ଅର୍ଥ ସଞ୍ଚୟ କରି ଗତ ବର୍ଷ ଏକ ପୁରୁଣା ଅଟୋ କିଣିଥିଲେ। ବିଳମ୍ବିତ ରାତିରେ କେହି ପୋଡ଼ିଦେଇଥିବା ଅଟୋ ମାଲିକ ସନ୍ତୋଷ ବେହେରା ଭୁବନ ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି।

crime