ଯାଜପୁର: ଗତକାଲି ରାତିରେ ଯାଜପୁର ଜିଲ୍ଲା ଜାରକା ଦେଉଳି ହନୁମାନ ମନ୍ଦିରରେ କେହି ଦୁର୍ବୃତ୍ତ ମନ୍ଦିର ଗ୍ରୀଲ ଭାଙ୍ଗି ହନୁମାନ ମୂର୍ତ୍ତିକୁ ପଥରରେ ଛେଚି ଭାଙ୍ଗିବା ସହିତ ମୁର୍ତ୍ତିର ଆଖି ତାଡ଼ି ନେଇଥିବା ଜଣା ଯାଇଛି । ଏହା ସହିତ ମନ୍ଦିରର ଆସବାବପତ୍ରକୁ ଫୋପାଡ଼ି ଦେଇଥିବା ମଧ୍ୟ ଦେଖିବାକୁ ମିଳିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀଵ୍ର ଉତ୍ତେଜନା ପ୍ରକାଶ ପାଇଛି ।
ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣା ଯାଇଛି। ପୁଲିସ ତୁରନ୍ତ ଅଭିଯୁକ୍ତମାନଙ୍କୁ ଧରିବାକୁ ଦାବି ହୋଇଛି ।