ସୁନ୍ଦରଗଡ଼: ହେମଗିରି ବରପାଲି ରେଳ ସାଇଡିଂରୁ କୋଇଲା ପରିବହନକୁ ବିରୋଧ କରି ଚାରି ମାସ ହେଲାଣି ରେଳ ସାଇଡିଂଠାରେ ଧାରଣାରେ ବସିଛନ୍ତି ସ୍ଥାନୀୟ ଲୋକେ। ସୁନ୍ଦରଗଡ଼ ବିଧାୟକ ଯୋଗେଶ କୁମାର ସିଂ ମଧ୍ଯ ଲୋକଙ୍କ ପ୍ରତିବାଦକୁ ସମର୍ଥନ କରି ଆସୁଛନ୍ତି।
ଗତକାଲି ପୁଣି ରାତିରେ ବେଆଇନ ଭାବେ ରେଳ ଯୋଗେ କୋଇଲା ପରିବହନ କରାଯିବା ପାଇଁ ମସୁଧା ହେଉଥିବା ବେଳେ ଲୋକେ ତାତିଥିଲେ। ଖବର ପାଇ ବିଧାୟକ ଧାରଣାସ୍ଥଳରେ ପହଞ୍ଚି ସାରା ରାତି ସ୍ଥାନୀୟ ବାସିନ୍ଦାଙ୍କ ସହ ଧାରଣା ଦେଇଥିଲେ। ଗାଁ ମଧ୍ୟରେ ଜନବସତି ଅଞ୍ଚଳରେ ରେଳ ସାଇଡିଂକୁ ବିରୋଧ କରୁଛନ୍ତି ଗ୍ରାମବାସୀ। ଏହି ଆନ୍ଦୋଳନରେ ବିଧାୟକ ମଧ୍ୟ ସାମିଲ ହୋଇଛନ୍ତି।
ଏହି ମାମଲା କୋର୍ଟରେ ବିଚାରାଧୀନ ଥିବା ବେଳେ କୋଇଲା ପରିବହନ କରୁଥିବା ପରିବହନ ସଂସ୍ଥା ଚାପରେ ପୁଲିସ ଓ ପ୍ରଶାସନ ଲୋକଙ୍କ ଦୀର୍ଘ ଦିନର ଦାବିକୁ ନ ଶୁଣି ଗତ ୩ ତାରିଖରେ ବିଧାୟକଙ୍କ ସହ ଗ୍ରାମବାସୀଙ୍କୁ ଅଟକ ରଖି କୋଇଲା ପରିବହନ କରିଥିଲା। ତେବେ କୋଇଲା ପରିବହନ ପାଇଁ ପ୍ରୟାସ କରୁଥିବା ବେଳେ ରାତି ସାରା ଉଜାଗର ରହି ପରିବହନକୁ ବିରୋଧ କରିଛନ୍ତି ବିଧାୟକ ଓ ଗ୍ରାମବାସୀ। ଏବେ ବି ଧାରଣା ଜାରି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/05/24/oF7vrgHMMRmROvNnos2h.jpg)