ରାଉରକେଲା: ଗତକାଲି ରାତି ପ୍ରାୟ ସାଢ଼େ ୮ଟାରେ ସେକ୍ଟର-୧ କମ୍ୟୁନିଟି ସେଣ୍ଟର ନିକଟରେ ମୋ ବସ୍‌ ଓ କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। କାର୍‌ ଡ୍ରାଇଭର ଗୁରୁତର ହୋଇଛନ୍ତି। ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୋ ବସ୍‌ର ତିନି ମହିଳା ଯାତ୍ରୀ ଆରତୀ ଲାକ୍ରା, ସରିତା ଲାକ୍ରା ଓ ବେରୋନିକା କେର୍କେଟା ଆହତ ହୋଇଛନ୍ତି। ସମସ୍ତଙ୍କୁ ଜଗଦାସ୍ଥ ସିଡବ୍ଲ୍ୟୁଏସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେକ୍ଟର-୩ ପୁଲିସ ଦୁର୍ଘଟଣାଗ୍ରସ୍ତ କାର୍‌ ଓ ବସ୍‌କୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।

Advertisment

କାର୍‌ (ଓଡି୧୪ ବି-୨୧୨୧) ଚାଳକ ସାରନଗରୀରେ ନିଜ ସମ୍ପର୍କୀୟଙ୍କୁ ଛାଡି ସେକ୍ଟର-୨ ବସଷ୍ଟାଣ୍ଡ ଦେଇ ଏନ୍ଆଇଟି ଆଡକୁ ଯାଉଥିଲେ। ସେକ୍ଟର-୧ କମ୍ୟୁନିଟି ସେଣ୍ଟର ପଡ଼ିଆ ସମ୍ମୁଖ ରାସ୍ତାରେ ଅପରପାର୍ଶ୍ବରୁ ଆସୁଥିବା ମୋ ବସ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ କାର୍‌ର ସମ୍ମୁଖଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ମୋ ବସ୍‌ର ଡ୍ରାଇଭର ବର୍ତ୍ତିଯାଇଥିଲାବେଳେ ଯାତ୍ରୀମାନେ ଆହତ ହୋଇଛନ୍ତି। ବେପରୁଆ ଗାଡ଼ି ଚାଳନାରୁ ଏଭଳି ଦୁର୍ଘଟଣା ଘଟିଲା ବୋଲି ସ୍ଥାନୀୟ ଲୋକ କହିଛନ୍ତି।

 ମିଳିଥିବା ସୂଚନା ଅନୁଯାୟୀ କାର୍‌ (ଓଡି୧୪ ବି-୨୧୨୧) ଚାଳକ ସାରନଗରୀରେ ନିଜ ସମ୍ପର୍କୀୟଙ୍କୁ ଛାଡି ସେକ୍ଟର-୨ ବସଷ୍ଟାଣ୍ଡ ଦେଇ ଏନ୍ଆଇଟି ଆଡକୁ ଯାଉଥିଲେ। ସେକ୍ଟର-୧ କମ୍ୟୁନିଟି ସେଣ୍ଟର ପଡ଼ିଆ ସମ୍ମୁଖ ରାସ୍ତାରେ ଅପରପାର୍ଶ୍ବରୁ ଆସୁଥିବା ମୋ ବସ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ କାର୍‌ର ସମ୍ମୁଖଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ମୋ ବସ୍‌ର ଡ୍ରାଇଭର ବର୍ତ୍ତିଯାଇଥିଲାବେଳେ ଯାତ୍ରୀମାନେ ଆହତ ହୋଇଛନ୍ତି। ବେପରୁଆ ଗାଡ଼ି ଚାଳନାରୁ ଏଭଳି ଦୁର୍ଘଟଣା ଘଟିଲା ବୋଲି ସ୍ଥାନୀୟ ଲୋକ କହିଛନ୍ତି।