ନୂଆପଡ଼ା: ନୂଆପଡ଼ା ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଜି ଆର ରାଘବେନ୍ଦ୍ରଙ୍କ ନେତୃତ୍ବରେ ପରିଚାଳିତ ଅପରେସନ୍ ଶୁଦ୍ଧି ମାଧ୍ୟମରେ ଜିଲ୍ଳା ପୁଲିସ୍ କୁ ଆଉ ଏକ ସଫଳତା ମିଳିଛି l ଜିଲ୍ଲାରେ ବିଗତ ଦିନମାନଙ୍କରେ ଚୋରି ହୋଇଥିବା କିମ୍ବା ହଜି ଯାଇଥିବା ୧୦୪ଟି ମୋବାଇଲ ଉଦ୍ଧାର କରିବାରେ ସକ୍ଷମ ହୋଇଛି। ଏଥିପାଇଁ ଜିଲ୍ଲାର ୯ଟି ଥାନାରେ ମୋଟ ୨୦ଟି ଦଳ ଗଢି ମୋବାଇଲ ଉଦ୍ଧାର ଯୋଜନା କାର୍ଯ୍ୟକାରୀ ହୋଇଥିଲା l ଜିଲ୍ଲାପୁଲିସର ୪୮ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ୧୦୪ ଟି ମୋବାଇଲ୍ ଉଦ୍ଧାର ହୋଇଥିଲା l ଏହାକୁ ସେମାନଙ୍କ ପ୍ରକୃତ ମାଲିକମାନଙ୍କୁ ହସ୍ତାନ୍ତର କରିବା ପାଇଁ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଏକ ସ୍ଵତନ୍ତ୍ର ମୋବାଇଲ୍ ଫେରସ୍ତ ମେଳାର ଆୟୋଜନ କରାଯାଇଥିଲା।
ଏସପି କହିଲେ ଯେ ଜିଲ୍ଲା ପୁଲିସ୍ ବହୁ ନିଷ୍ଠାର ସହିତ ପ୍ରଚେଷ୍ଟା କରି ଏହି ମୋବାଇଲ୍ ଉଦ୍ଧାର କରିବାରେ ସକ୍ଷମ ହୋଇଛି l ଏସବୁର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ l ଜିଲ୍ଲାର ବିଭିନ୍ନ ଥାନାରେ ପ୍ରାୟ ୧୫୦ ଟି ମୋବାଇଲ୍ ଚୋରି ସହ ହଜି ଯାଇଥିବା କେଶ୍ ହୋଇଥିଲା l ସେଥିରୁ ଖରିଆର ଥାନା ଅଞ୍ଚଳରୁ ୪୩ଟି, ନୂଆପଡ଼ା ଥାନାରୁ ୧୯ ଟି, ସିନାପାଲି ଥାନା ରୁ ୧୬ଟି ଏବଂ ବୋଡ଼େନ ଥାନାରୁ ୧୧ଟି ମୋବାଇଲ୍ ଉଦ୍ଧାର ହୋଇଛିl ଯଦି କାହାର ମୋବାଇଲ ଚୋରି କିମ୍ବା ହଜି ଯାଇଛି ତାହେଲେ ବ୍ୟସ୍ତ ନହୋଇ ନିକଟସ୍ଥ ଥାନାରେ ଅଭିଯୋଗ କରନ୍ତୁl ଏହାକୁ ପୁଲିସ୍ ନିଶ୍ଚିତ ଭାବରେ ଟ୍ରାକ୍ କରି ଉଦ୍ଧାର କରିପାରିବ। ଏହି ସମ୍ବନ୍ଧରେ ପୁଲିସ୍ ର ହ୍ଵାଟ୍ ସ୍ଆପ୍ ନମ୍ବର ୯୪୩୮୯୧୬୮୬୨ ରେ ନିଜର ତଥା ମୋବାଇଲ୍ ର ସମସ୍ତ ସୂଚନା ଦେଇ ଅଭିଯୋଗ କରି ପାରିବେ l ନିଜର ହଜି ଯାଇଥିବା ମୋବାଇଲ୍ କୁ ଆଉଥରେ କେବେ ଫେରି ପାଇବାର ଆଶା ରଖି ନଥିବା ବ୍ୟକ୍ତିମାନେ ଏସପିଙ୍କ ହାତରୁ ତାହା ଗ୍ରହଣ କରି ଖୁସି ହୋଇଥିଲେl ଏହି ମେଳାରେ ଏସପିଙ୍କ ସହିତ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରଞ୍ଜିତ ନାୟକ, ନୂଆପଡ଼ା ଥାନା ଅଧିକାରୀ ଗଙ୍ଗାଧର ମେହେର, ଖରିଆର ରୋଡ଼ ଜୋଙ୍କ ଥାନା ଅଧିକାରୀ ପ୍ରଦୀପ ଧରୁଆ ଏବଂ ପୁଲିସ୍ ବିଭାଗର ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେl
ଏଥିରେ ଅଧ୍ୟକ୍ଷତା କରି ଏସପି କହିଲେ ଯେ ଜିଲ୍ଲା ପୁଲିସ୍ ବହୁ ନିଷ୍ଠାର ସହିତ ପ୍ରଚେଷ୍ଟା କରି ଏହି ମୋବାଇଲ୍ ଉଦ୍ଧାର କରିବାରେ ସକ୍ଷମ ହୋଇଛି l ଏସବୁର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ l ଜିଲ୍ଲାର ବିଭିନ୍ନ ଥାନାରେ ପ୍ରାୟ ୧୫୦ ଟି ମୋବାଇଲ୍ ଚୋରି ସହ ହଜି ଯାଇଥିବା କେଶ୍ ହୋଇଥିଲା l ସେଥିରୁ ଖରିଆର ଥାନା ଅଞ୍ଚଳରୁ ୪୩ଟି, ନୂଆପଡ଼ା ଥାନାରୁ ୧୯ ଟି, ସିନାପାଲି ଥାନା ରୁ ୧୬ଟି ଏବଂ ବୋଡ଼େନ ଥାନାରୁ ୧୧ଟି ମୋବାଇଲ୍ ଉଦ୍ଧାର ହୋଇଛିl ଯଦି କାହାର ମୋବାଇଲ ଚୋରି କିମ୍ବା ହଜି ଯାଇଛି ତାହେଲେ ବ୍ୟସ୍ତ ନହୋଇ ନିକଟସ୍ଥ ଥାନାରେ ଅଭିଯୋଗ କରନ୍ତୁl ଏହାକୁ ପୁଲିସ୍ ନିଶ୍ଚିତ ଭାବରେ ଟ୍ରାକ୍ କରି ଉଦ୍ଧାର କରିପାରିବ। ଏହି ସମ୍ବନ୍ଧରେ ପୁଲିସ୍ ର ହ୍ଵାଟ୍ ସ୍ଆପ୍ ନମ୍ବର ୯୪୩୮୯୧୬୮୬୨ ରେ ନିଜର ତଥା ମୋବାଇଲ୍ ର ସମସ୍ତ ସୂଚନା ଦେଇ ଅଭିଯୋଗ କରି ପାରିବେ l ନିଜର ହଜି ଯାଇଥିବା ମୋବାଇଲ୍ କୁ ଆଉଥରେ କେବେ ଫେରି ପାଇବାର ଆଶା ରଖି ନଥିବା ବ୍ୟକ୍ତିମାନେ ଏସପିଙ୍କ ହାତରୁ ତାହା ଗ୍ରହଣ କରି ଖୁସି ହୋଇଥିଲେl ଏହି ମେଳାରେ ଏସପିଙ୍କ ସହିତ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରଞ୍ଜିତ ନାୟକ, ନୂଆପଡ଼ା ଥାନା ଅଧିକାରୀ ଗଙ୍ଗାଧର ମେହେର, ଖରିଆର ରୋଡ଼ ଜୋଙ୍କ ଥାନା ଅଧିକାରୀ ପ୍ରଦୀପ ଧରୁଆ ଏବଂ ପୁଲିସ୍ ବିଭାଗର ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେl