ଦେଓଗାଁ: ଆମର ଚଳନୀ ସହ ଯୋଡ଼ି ହୋଇଛି ମୋବାଇଲ। ମୋବାଇଲକୁ ଛାଡ଼ି କେହି ଅଧ ଘଣ୍ଟା ବି ରହି ପାରୁ ନାହୁ। ଆମେ ଯୋଉଠିକୁ ଗଲେ ମୋବାଇଲ ସେଇଠିକୁ ଯାଉଛି। ହେଲେ ଆଜି ଦେଓଗାଁ ଥାନାର କଛାରପାଲି ଗାଁର ସାହୁ ପଡ଼ାକୁ କିଛି ସାମଗ୍ରୀ କିଣାବିକା କରିବା ପାଇଁ ବରକାନି ଗାଁରୁ ଆସିଥିବା ଜଣେ ଯୁବକ ମୋବାଇଲ ଧରି ଗାଁ ରେ ବୁଲୁଥିବା ବେଳେ ପକେଟ ଭିତରେ ମୋବାଇଲଟି ଜଳି ଯାଇଥିଲା। ଏହା ଦେଖି ସ୍ଥାନୀୟ ଲୋକେ କହିବାରୁ ଯୁବକ ଜଣକ ମୋବାଇଲକୁ କାଢି ବାହାରେ ଫୋପାଡ଼ି ଥିଲେ ଯାହା ଫଳରେ ଯୁବକ ଜଣକ ଅଳ୍ପକେ ବର୍ତ୍ତି ଯାଇଥିଲେ।
ବରକାନି ଗାଁରୁ ଆସିଥିବା ଜଣେ ଯୁବକ ମୋବାଇଲ ଧରି ଗାଁ ରେ ବୁଲୁଥିବା ବେଳେ ପକେଟ ଭିତରେ ମୋବାଇଲଟି ଜଳି ଯାଇଥିଲା। ଏହା ଦେଖି ସ୍ଥାନୀୟ ଲୋକେ କହିବାରୁ ଯୁବକ ଜଣକ ମୋବାଇଲକୁ କାଢି ବାହାରେ ଫୋପାଡ଼ି ଥିଲେ ଯାହା ଫଳରେ ଯୁବକ ଜଣକ ଅଳ୍ପକେ ବର୍ତ୍ତି ଯାଇଥିଲେ। ଯୁବକଜଣକ ସାମାନ୍ୟ ଆହତ ହୋଇଥିବା ବେଳେ ସେ ପିନ୍ଧିଥିବା ପ୍ୟାଣ୍ଟଟି ମଧ୍ଯ ଫାଟି ଯାଇଥିବା ଦେଖା ଦେଇଛି।
ଯୁବକଜଣକ ସାମାନ୍ୟ ଆହତ ହୋଇଥିବା ବେଳେ ସେ ପିନ୍ଧିଥିବା ପ୍ୟାଣ୍ଟଟି ମଧ୍ଯ ଫାଟି ଯାଇଥିବା ଦେଖା ଦେଇଛି। ତେବେ ଧରିଥିବା ମୋବାଇଲ ପ୍ରତି ସଚେତନ ନ ହେଲେ କେତେ ବେଳେ ଯେ ଜୀବନ ଚାଲିଯିବ, ତାହା କହି ହେବ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/30/new-project-10-2025-08-30-11-04-36.jpg)