ନିର୍ବାଚନ ତାରିଖ ଘୋଷଣା ସହିତ  ନିର୍ବାଚନ କମିସନ୍‌ ଆଦର୍ଶ ଆଚରଣ ବିଧି ଲାଗୁ କରିଥାନ୍ତି। ମାତ୍ର ଏହି ଆଦର୍ଶ ଅଚରଣ ବିଧି କ’ଣ? ତାହାକୁ ଲାଗୁ କରିବାର କି ଆବଶ୍ୟକତା ରହିଛି? କ’ଣ ସବୁ କଲେ ଆଚରଣ ବିଧି ଉଲ୍ଲଂଘନ ହୁଏ? ଏମିତି ଗୁଡ଼ାଏ ପ୍ରଶ୍ନ ପ୍ରଥମ କରି ଭୋଟଦାନ ଅଧିକାର ସାବ୍ୟସ୍ତ କରିବାକୁ ଯାଉଥିବା ଯୁବକ-ଯୁବତୀଙ୍କ ମନରେ ଉଙ୍କି ମାରୁଥିବ। ତେବେ, ଚାଲନ୍ତୁ ଜାଣିବା ଏ ସଂପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ କଥା।

Advertisment

ନିର୍ବାଚନ ସମୟରେ କୌଣସି ରାଜନୈତିକ ଦଳ କିମ୍ବା ରାଜନୈତିକ ବ୍ୟକ୍ତିଙ୍କୁ ଆଚରଣ ବିଧି ଶୃଙ୍ଖଳା ଭିତରେ ରହିବାକୁ ଶିଖାଇଥାଏ। ବିଶେଷ କରି ଶାସନ କ୍ଷମତାରେ ଥିବା ଦଳ ନିଜର ଶକ୍ତିର ଅପବ୍ୟବହାର ନକରିବା ପାଇଁ ହିଁ ଆଦର୍ଶ ଆଚରଣ ବିଧିର ସୃଷ୍ଟି।

ଆଦର୍ଶ ଅଚରଣ ବିଧି ଲାଗୁ ହେବା ପରେ କ’ଣ କରିବା ଅନୁଚିତ 

: ନିର୍ବାଚନ ସମୟରେ ସରକାର କୌଣସି ପ୍ରକାର ଲୋଭନୀୟ ଜନ ହିତକର ଯୋଜନା କିମ୍ବା ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିପାରିବେ ନାହିଁ।

: ଲଢୁଆ ପ୍ରାର୍ଥୀ କିମ୍ବା ତାଙ୍କ ପ୍ରଚାରକ ସେମାନଙ୍କ ବିପକ୍ଷ ଦଳୀୟଙ୍କ ଘର ଆଗରେ ରୋଡ୍‌ ସୋ’ କିମ୍ବା କୌଣସି ପ୍ରକାର ଗଣ୍ଡଗୋଳ ସୃଷ୍ଟିକାରୀ କାର୍ଯ୍ୟ କରିପାରିବେ ନାହିଁ।

: ରାଲି ଓ ରୋଡ୍‌ ସୋ’ ପରି ନିର୍ବାଚନ ପ୍ରଚାର ଯେପରି କୌଣସି ପ୍ରକାରର ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରିବ ନାହିଁ।

: ମତଦାତାଙ୍କୁ ଭୋଟ ଦେବା ପାଇଁ ଟଙ୍କା କିମ୍ବା ମଦ ଯାଚି ପାରିବେ ନାହିଁ(ଯାହାକି ଆମ ଦେଶ ଭାରତରେ ଏକ ପ୍ରଥା ପାଲଟି ଗଲାଣି)।

: ରାସ୍ତା ନିର୍ମାଣ, ସ୍କୁଲ୍‌, ହସ୍ପିଟାଲ୍‌ ତିଆରି କିମ୍ବା କୌଣସି ପ୍ରକାରର ସମାଜ କଲ୍ୟାଣ କାମ ଶାସକ ଦଳ ନିର୍ବାଚନ ସମୟରେ କରପାରିବେ ନାହିଁ।

publive-image Hindustan

: ପଡ଼ିଆ, ହେଲିପ୍ୟାଡ୍‌, ସରକାରୀ ଅତିଥି ଗୃହ ଆଦି ଉପରେ ନିର୍ବାଚନ ଲଢୁଥିବା ସବୁ ଦଳର ପ୍ରାର୍ଥୀଙ୍କର ସମାନ ଅଧିକାର ରହିବ।

: ଭୋଟ ଦିନ ସମସ୍ତ ଦଳ ପୋଲ୍‌-ଡ୍ୟୁଟି ଅଧିକାରୀଙ୍କୁ ପୂର୍ଣ୍ଣ ସହଯୋଗ କରିବେ।

: ପ୍ରଚାର ସମୟରେ ଶାସକ ଦଳ ନିଜର କ୍ଷମତା ପ୍ରଦର୍ଶନ କରିପାରିବେ ନାହିଁ।

: ନିର୍ବାଚନ ପ୍ରଚାର ପାଇଁ ଲାଉଡ୍‌ ସ୍ପିକର୍‌ ବ୍ୟବହାର କରିବା ପୂର୍ବରୁ ଦଳକୁ ସ୍ଥାନୀୟ ଅଞ୍ଚଳର ସରକାରୀ କର୍ତ୍ତୃପକ୍ଷଠାରୁ ଅନୁମତି ନେବାକୁ ହେବ।

: ପ୍ରଚାର ସମୟରେ କୌଣସି ବ୍ୟକ୍ତି, କାହାର ଧାର୍ମିକ ଭାବନା କିମ୍ବା ଅନ୍ୟାନ୍ୟ ସମ୍ବେଦନଶୀଳ ବିଷୟକୁ ଆଘାତ ନ ପହଞ୍ଚାଇବା ପାଇଁ ଆଦର୍ଶ ଆଚରଣ ବିଧିଲେ କୁହାଯାଇଛି।