କୋଲକତା : ଆଉ ପ୍ରାୟ ଦୁଇ ଘଣ୍ଟା ପରେ ପଶ୍ଚିମବଙ୍ଗରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଯିବ । ସ୍ୱାଧୀନ ଭାରତରେ ପ୍ରଥମ ଥର ପାଇଁ ଧାର୍ଯ୍ୟ ସମୟର ଗୋଟିଏ ଦିନ ପୂର୍ବରୁ ପ୍ରଚାର ଶେଷ ହେବ । ଏଥିପାଇଁ ଗତକାଲି ନିର୍ବାଚନ ଆୟୋଗ କଡା ନିର୍ଦ୍ଦେଶ ଦେଇଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଚାର ଶେଷ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ରାଜ୍ୟର ଦମ ଦମ ଠାରେ ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେଇ କହିଛନ୍ତି ଯେ ଏହି ନିର୍ବାଚନ ଗଣତନ୍ତ୍ର ଓ ସମ୍ବିଧାନ ପ୍ରତି ମମତା ବାନାର୍ଜୀଙ୍କ ହତାଦରର ଏକ ସାକ୍ଷୀଭାବେ ରହିଯିବ । ସେ କହିଛନ୍ତି ଏହା ପଶ୍ଚିମବଙ୍ଗରେ ତାଙ୍କର ଶେଷ ସଭା । ଗତ କିଛି ଦିନରେ ସେ ରାଜ୍ୟର ଲକ୍ଷ ଲକ୍ଷ ଲୋକଙ୍କ ସହ ମିଶିବାରେ ସୁଯୋଗ ପାଇଛନ୍ତି । ନିର୍ବାଚନ ସମୟରେ ଭାଜପାର ଅନେକ କର୍ମୀଙ୍କ ହତ୍ୟା କରାଯାଇଛି । ଅନେକ କର୍ମୀଙ୍କ ଉପରେ ଆକ୍ରମଣ ହୋଇଛି, ଅନେକ ଘର ଜଳେଇ ଦିଆଯାଇଛି । ଏହା ସତ୍ତ୍ୱେ ମମତା ଲୋକଙ୍କ ସ୍ୱରକୁ ଚପେଇ ପାରିବେ ନାହିଁ ।