ରବିବାର ଦିନ ଜନତା କର୍ଫ୍ୟୁ ପାଇଁ ମୋଦୀଙ୍କ ଆହ୍ଵାନ, ସକାଳ ୭ରୁ ରାତି ୯ଟା ପର୍ଯ୍ୟନ୍ତ ଘରେ ରହିବାକୁ ପରାମର୍ଶ

ନୂଆଦିଲ୍ଲୀ : ଦେଶରେ ଆସନ୍ତା ରବିବାର ଅର୍ଥାତ ‘ଜନତା କର୍ଫ୍ୟୁ’ ଅର୍ଥାତ ଲୋକମାନଙ୍କ ଦ୍ୱାରା ନିଜ ଉପରେ କର୍ଫ୍ୟୁ ଲଗାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକମାନଙ୍କୁ ଅନୁରୋଧ କରିଛନ୍ତି । ‘ଜନତା କର୍ଫ୍ୟୁ’ ମାଧ୍ୟମରେ ଲୋକମାନେ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଅତି ଜରୁରୀ ନହେଲେ ଘରେ ରହିବାକୁ ସେ ଅନୁରୋଧ କରିଛନ୍ତି । ଏହା ସହିତ କରୋନା ଭାଇରସ ନିୟନ୍ତ୍ରଣ ଲାଗି ବିଭିନ୍ନ ଜରୁରୀସେବା ଯୋଗାଉଥିବା ବ୍ୟକ୍ତି ଯେପରିକି ଡାକ୍ତର, ନର୍ସ, ସରକାରୀ କର୍ମଚାରୀ, ଜରୁରୀ ସେବା ଯୋଗାଣକାରୀମାନଙ୍କୁ ଧନ୍ୟବାଦ ଜଣାଇବାକୁ ସେ ଅନୁରୋଧ କରିଛନ୍ତି । ଏହାଛଡ଼ା ଆତଙ୍କିତ ହୋଇ ଅତ୍ୟଧିକ ସାମଗ୍ରୀ ଖରିଦ ନକରିବାକୁ ସେ ଅନୁରୋଧ କରିଛନ୍ତି ।

କରୋନାଭାଇରସ ଯୋଗୁଁ ଦେଶର ଅର୍ଥନୀତି ଉପରେ ଗଭୀର ପ୍ରଭାବ ପଡ଼ିବା ଆରମ୍ଭ କରିଛି । ଏହାର ମୁକାବିଲା ଲାଗି ସରକାର ଏକ କୋଭିଡ୧୯ ଇକୋନୋମିକ ଟାସ୍କଫୋର୍ସ ଗଠନ କରିଛନ୍ତି ।

କରୋନା ଭାଇରସ ସମଗ୍ର ବିଶ୍ୱ ଓ ମାନବଜାତି ପାଇଁ ଏକ ବଡ଼ ବିପଦ ଭାବେ ଦେଖାଦେଇଛି । ଗତ ଦୁଇ ମାସ ହେଲା ଆମେ ଭାରତୀୟ ମାନେ ଚିନ୍ତାର ସହ ଏହାକୁ ଦେଖୁଥିଲୁ । ଭାବୁଥିଲୁ ଭାରତ ବୋଧହୁଏ ଏଥିରୁ ବଞ୍ଚିରହିଛି । କିନ୍ତୁ ଏହା ଭାବିବା ଠିକ ନୁହେଁ । ଆମକୁ ସତର୍କ ହେବାକୁ ହେବ । ସଂକଳ୍ପ ଓ ସଂଯମ ମାଧ୍ୟମରେ ଆମେ ଏହି ମହାମାରୀର ମୁକାବିଲା କରିପାରିବା ।

ସମ୍ବନ୍ଧିତ ଖବର