ଧନୀ ଲୋକମାନେ ନିଜ କର୍ମଚାରୀଙ୍କ ଆର୍ଥିକ ସ୍ୱାର୍ଥ ପ୍ରତି ଧ୍ୟାନ ଦିଅନ୍ତୁ : ମୋଦୀ

ନୂଆଦିଲ୍ଲୀ : ଆଜି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ସଂକ୍ରମଣର ମୁକାବିଲା କରିବାକୁ ଦେଶବାସୀଙ୍କୁ ଆହ୍ବାନ ଜଣାଇଛନ୍ତି। ସେ କହିଛନ୍ତି, କରୋନା ଭାଇରସ ସମଗ୍ର ବିଶ୍ୱ ପାଇଁ ଏକ ବଡ଼ ସମସ୍ୟା ଭାବେ ଦେଖାଦେଇଛି । ଏହା ଦ୍ୱାରା ବିଶ୍ୱର ପ୍ରାୟ ସବୁ ଦେଶ ପ୍ରଭାବିତ ହୋଇଛନ୍ତି । ଏହା ମାନବ ଜାତି ପାଇଁ ଏକ ବଡ଼ ସମସ୍ୟା ଭାବେ ଦେଖାଦେଇଛି । କରୋନା ଦେଶର ଅର୍ଥନୀତିକୁ ମଧ୍ୟ ସଂକଟରେ ପକାଇଛି। ଏହି ସଂକଟ ଦ୍ୱାରା ଦେଶର ମଧ୍ୟବର୍ଗ, ନିମ୍ନ ମଧ୍ୟବର୍ଗ ଓ ନିମ୍ନ ବର୍ଗର ଲୋକମାନେ ବିଶେଷ ପ୍ରଭାବିତ ହେବାର ଆଶଙ୍କା ରହିଛି । ଏହା ଦୃଷ୍ଟିରୁ ଧନୀ ଲୋକମାନେ ସମାଜର ନିମ୍ନବର୍ଗର ଲୋକମାନଙ୍କ ପ୍ରତି ସହାୟତାର ହାତ ବଢାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ଵାନ ଜଣାଇଛନ୍ତି ।

ଆଜି ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇ ସେ କହିଛନ୍ତି ଯେ ସମାଜର ଉଚ୍ଚଆୟକାରୀ ବର୍ଗ, ବ୍ୟବସାୟୀ ଗୋଷ୍ଠୀ ସେମାନଙ୍କ ଅଧିନରେ କାମ କରୁଥିବା ଲୋକ କିମ୍ବା ସେମାନଙ୍କର କର୍ମଚାରୀ ବା ଯେଉଁମାନଙ୍କର ସେବା ନେଇଥାନ୍ତି, ସେମାନଙ୍କ ଆର୍ଥିକ ହିତ ପ୍ରତି ଧ୍ୟାନ ରଖିବା ଆବଶ୍ୟକ । ଯଦି କୌଣସି କାରଣରୁ ସେମାନେ ଠିକ ଭାବେ ସେବା ଯୋଗାଇ ନପାରନ୍ତି, ତେବେ ବି ସେମାନଙ୍କ ବେତନ ବା ପାରିଶ୍ରମିକ ଦେବାକୁ ମୋଦୀ ଅନୁରୋଧ କରିଛନ୍ତି । ଅଧସ୍ଥନ କର୍ମଚାରୀମାନଙ୍କୁ ସେମାନଙ୍କ ପରିବାରର ସୁରକ୍ଷା ଦେବା କ୍ଷେତ୍ରରେ ଧନାଢ଼୍ୟ ବର୍ଗ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର