ନୂଆଦିଲ୍ଲୀ: ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଭାରତ ସରକାର ଅନେକଗୁଡ଼ିଏ ପଦକ୍ଷେପ ନେଉଛନ୍ତି। ତେବେ ‘ବିକଶିତ ଭାରତ’ ଲକ୍ଷ୍ୟ ହାସଲ ଦିଗରେ ଏଆଇର ବଳିଷ୍ଠ ଅବଦାନ ରହିବ ବୋଲି ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଭିଆ ପ୍ରକାଶ କରିଛନ୍ତି। ଭାରତ ମଣ୍ଡପମ୍ରେ ଚାଲିଥିବା ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ଯୋଗ ଦେଇ କ୍ରିଷ୍ଟାଲିନା କହିଲେ ଯେ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଯେଉଁ ଗବେଷଣା କରିଛି ସେଥିରେ ବିଶ୍ବ ଅଭିବୃଦ୍ଧି କ୍ଷେତ୍ରକୁ ଏଆଇର ବଳିଷ୍ଠ ଅବଦାନ ଥିବା ସ୍ପଷ୍ଟ ହୋଇଛି। ତେବେ ଭାରତ ୨୦୪୭ ସୁଦ୍ଧା ୩୦ ଟ୍ରିଲିଅନ୍ ଅର୍ଥନୀତିରେ ପରିଣତ ହେବାକୁ ଲକ୍ଷ୍ୟ ରଖିଥିବାରୁ ଏଆଇ ବିନିଯୋଗ ଦ୍ବାରା ଏହି ଲକ୍ଷ୍ୟ ହାସଲ ପାଇଁ ଅଭିବୃଦ୍ଧିକୁ ଆହୁରି ତ୍ବରାନ୍ବିତ କରାଯାଇ ପାରିବ। ଗୋଟିଏ ପଟେ ଏଆଇକୁ ବିନିଯୋଗ କରି ଦ୍ରୁତ ଅଭିବୃଦ୍ଧି ପାଇଁ ଭାରତ ସମର୍ଥ ହୋଇ ପାରିବ ବୋଲି କହିଥିବା ବେଳେ ସେ କିନ୍ତୁ ଏଆଇର ଅପବ୍ୟବହାର ରୋକିବା ଦିଗରେ ମଧ୍ୟ ପ୍ରଯୁକ୍ତିକୁ ଦୃଢ଼ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏଆଇ ଦ୍ବାରା ଆନ୍ତର୍ଜାତିକ ସ୍ତରରେ ୪୦ ପ୍ରତିଶତ ନିଯୁକ୍ତି ସୁଯୋଗ ସଂକୁଚିତ ହେବ ବୋଲି କ୍ରିଷ୍ଟାଲିନା କହିଛନ୍ତି। କିନ୍ତୁ ଭାରତରେ ଯୁବ ଶକ୍ତି ସହ ପ୍ରଯୁକ୍ତିକୁ ନେଇ ଏଆଇ ଉତ୍ତମ ଭାବେ କାର୍ଯ୍ୟ କରିପାରିବ ବୋଲି ସେ କହିଛନ୍ତି।
ଏଆଇ ସଂସ୍ଥାର ସିଇଓମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଚାଲିଥିବା ଏଆଇ ସମ୍ମିଳନୀର ଆଜି ପଞ୍ଚମ ଦିନରେ ପ୍ରଧାନମନ୍ତ୍ରୀ ପରେନ୍ଦ୍ର ମୋଦୀ ବିଭିନ୍ନ ଏଆଇ କଂପାନିର ସିଇଓମାନଙ୍କ ସହ ଆଲୋଚନା କରିଛନ୍ତି। ଏହା ସହିତ ପ୍ରଯୁକ୍ତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ୧୬ଟି ସଂସ୍ଥାର ସିଇଓଙ୍କ ସହ ଆଲୋଚନା କରିଛନ୍ତି। ସ୍ବାସ୍ଥ୍ୟସେବା, କୃଷି, ସାଇବର୍ ସୁରକ୍ଷା, ସାମାଜିକ ସଶକ୍ତୀକରଣ ଆଦି କ୍ଷେତ୍ରରେ ଏହି ଷ୍ଟାଟ ଅପ୍ ସଂସ୍ଥାଗୁଡ଼ିକ କାର୍ଯ୍ୟ କରୁଛି। ଭାରତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଆଇ ଜ୍ଞାନକୌଶଳ ବିକାଶ କରିବାକୁ ଏହି ବୈଠକରେ ଆଲୋଚନା ହୋଇଥିଲା।
/filters:format(webp)/sambad/media/media_files/2026/02/20/hbmlszwb0aa9rog-2026-02-20-17-31-20.jpg)
ପରିବେଶ ସୁରକ୍ଷା ଓ ଶିକ୍ଷା କ୍ଷେତ୍ରରେ ଏଆଇର ବିନିଯୋଗକୁ ତ୍ବରାନ୍ବିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଷ୍ଟର୍ଟଅପ୍ ମୁଖ୍ୟମାନଙ୍କୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଥିଲେ। ଆନ୍ତର୍ଜାତିକ ବଜାରରେ ଏଆଇର ଦ୍ରୁତ ପ୍ରସାର ହେଉଥିବା ବେଳେ ଭାରତ ମଧ୍ୟ ଏଆଇର ସୁଯୋଗ ନେବା ଜରୁରି ବୋଲି ଶ୍ରୀ ମୋଦୀ କହିଛନ୍ତି। ଏଆଇ କ୍ଷେତ୍ରରେ ଉଭାବକମାନଙ୍କୁ ଏହି ଅବସରରେ ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ଅନ୍ୟପକ୍ଷରେ ଏଆଇ ବିନିଯୋଗ କରିାକୁ ଯାଇ ଭୂଲ୍ୟ ତଥ୍ୟ ପ୍ରଦାନରୁ ସଂସ୍ଥାଗୁଡ଼ିକ ବିରତ ରହିବା ଉପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଗୁରୁତ୍ବ ଆରୋପ କରିଥିଲେ। ଆଜିର ଏହି ବୈଠକରେ ଆବ୍ରିଜ୍, ଏହାଲାଟ୍, ଏଆଇ ବ୍ରେନ୍ସାଇଟ୍, ଏକା କେୟାର, ଇନଭେଡ୍ଗୋ ଆଦି ଏଆଇ ଷ୍ଟାଟ୍ ଅପ୍ ସଂସ୍ଥାର ସଦସ୍ୟମାନେ ଯୋଗ ଦେଇଥିଲେ।
ଆହୁରି ଦେଖନ୍ତୁ:
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/20/hbmlszya4aac1ng-2026-02-20-17-35-43.jpg)