ଆଉ ଦୁଇଟି  ଆଚରଣବିଧି ଉଲ୍ଲଙ୍ଘନ ମାମଲାରେ ମୋଦିଙ୍କୁ କ୍ଲିନଚିଟ ଦେଲା ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ – ଆଉ ଦୁଇଟି ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ ମାମଲାରେ ନିର୍ବାଚନ ଆୟୋଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ଲିନଚିଟ ଦେଇଛି । ଏହି ଦୁଇଟି ମାମଲା ହେଲା ହେଉଛି ବାଲାକୋଟ ହିରୋଙ୍କ ନାଁରେ ଭୋଟ ମାଗିବା ଓ ଅନ୍ୟଟି ହେଉଛି ଭୋଟ ଦେବା ପରେ ଗୁଜୁରାଟରେ ରୋଡ୍ ସୋ କରିବା । ଏହି ଦୁଇ କ୍ଲିନଚିଟକୁ ମିଶାଇଲେ ମୋଦିଙ୍କୁ ଇସି ମୋଟ ୮ଟି ମାମଲାରେ କ୍ଲିନଚିଟ ଦେଇଛି ।

ଗତ ଏପ୍ରିଲ ୯ରେ କର୍ଣ୍ଣାଟକର ଚିତ୍ରଦୂର୍ଗାରେ ମୋଦି ଏକ ସଭାରେ କହିଥିଲେ ଯେ ଲୋକମାନେ ବାଲାକୋଟ ହିରୋଙ୍କ ପାଇଁ ଭୋଟ ଦିଅନ୍ତୁ । ପ୍ରଚାରରେ ସେନାକୁ ନ ଆଣିବାକୁ ଆୟୋଗ ଦେଇଥିବା ନିଦେ୍ର୍ଦଶର ଏହା ଉଲ୍ଲଙ୍ଘନ ବୋଲି କଂଗ୍ରେସ ଅଭିଯୋଗ କରିଥିଲା । ଅନ୍ୟପକ୍ଷରେ ଏପ୍ରିଲ ୨୩ରେ ଅହମଦାବାଦରେ ଭୋଟ ଦେବା ପରେ ମୋଦି କିଛି ବାଟ ରୋଡସୋ କରିବା ପରେ ସାମ୍ବାଦିକମାନଙ୍କ ସହ କଥା ହୋଇଥିଲେ । ଏହା ଆଚରଣବିିଧିରର ଉଲ୍ଲଙ୍ଘନ ବୋଲି କଂଗ୍ରେସ ଅଭିଯୋଗ କରିଥିଲା ।

ସମ୍ବନ୍ଧିତ ଖବର