ନିର୍ବାଚନ ୨୦୧୯ : ମୋଦି କରିଛନ୍ତି ସବୁଠୁ ଅଧିକ ୧୧୦ଟି ର‍୍ୟାଲି, ରାହୁଲ ୧୦୩ଟି

ନୂଆଦିଲ୍ଲୀ : ଗତ ମାର୍ଚ୍ଚ ୧୧ରେ ସାରା ଦେଶରେ ନିର୍ବାଚନ ଆଚରଣବିଧି ଲାଗୁହେବାପରେ ରାଜନୈତିକ ଦଳମାନେ ଭୋଟରମାନଙ୍କୁ ଆକୃଷ୍ଟ କରିବାକୁ ରାତିଦିନ ପ୍ରଚାରରେ ମାତିଛନ୍ତି । ବିଭିନ୍ନ ଦଳର ନେତା ପ୍ରବଳ ଖରାକୁ ଖାତିର ନକରି ପ୍ରଚାର କରୁଛନ୍ତି । ତେବେ ପ୍ରଚାରରେ ସବୁଠୁ ଆଗୁଆ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଏପର୍ଯ୍ୟନ୍ତ ମୋଟ ୧୧୦ଟି ନିର୍ବାଚନୀ ସଭା ବା ର‍୍ୟାଲି କରିଛନ୍ତି । ଏହା ମଧ୍ୟରେ ରହିଛି ମୋଦିଙ୍କର ରୋଡଶୋ । ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାର ଭୁବନେଶ୍ୱର, ସମ୍ବଲପୁର, ସୁନ୍ଦରଗଡ଼, ସୋନପୁର, ଜୟପୁର, କେନ୍ଦ୍ରାପଡ଼ା ଓ ବାଲେଶ୍ୱରରେ ର‍୍ୟାଲି କରିଥିଲେ ।
ତାଙ୍କ ପଛକୁ ରହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ସେ ଏପର୍ଯ୍ୟନ୍ତ ମୋଟ ୧୦୩ଟି ର‍୍ୟାଲି କରିଛନ୍ତି । ଆଗକୁ ଆହୁରି ୨ଟି ପର୍ଯ୍ୟାୟ ନିର୍ବାଚନ ଥିବାବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହୁରି ୬ଟି ଓ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କର ଆହୁରି ୧୧ଟି ର‍୍ୟାଲି ରହିଛି ।

ସମ୍ବନ୍ଧିତ ଖବର