ମାଲଦା (ପଶ୍ଚିମବଙ୍ଗ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ପଶ୍ଚିମବଙ୍ଗର ମାଲଦାରେ ନିର୍ବାଚନୀ ବିଗୁଲ୍ ବଜାଇଛନ୍ତି। ମାଲଦାରେ ଆୟୋଜିତ ଏକ ବିଶାଳ ଜନସଭାରେ ସେ ଶାସକ ଟିଏମ୍ସିକୁ କଡ଼ା ଆକ୍ରମଣ କରି କହିଛନ୍ତି ଯେ ମମତା ବାନାର୍ଜୀଙ୍କ ନିର୍ମମ ଓ ଲୁଟେରା ସରକାରକୁ ବଦଳାଇବା ସମୟ ଆସିଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଟିଏମ୍ସି ବାଙ୍ଗଲାଦେଶୀ ଅନୁପ୍ରବେଶକାରୀଙ୍କୁ ପ୍ରୋତ୍ସାହିତ କରି ସେମାନଙ୍କୁ ଭୋଟର୍ ବନାଉଛି। ଏହାଦ୍ୱାରା ପଶ୍ଚିମବଙ୍ଗର ଗରିବ ଓ ମୂଳ ବାସିନ୍ଦାଙ୍କର ରାସନ, ରୋଜଗାର, ଜମି ଓ ଅନ୍ୟାନ୍ୟ ସମ୍ବଳ ଲୁଟି ନିଆଯାଉଛି।
ଜନସଭାରେ ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମବଙ୍ଗର ଗରିବମାନଙ୍କର ହକ୍ ଅନୁପ୍ରବେଶକାରୀ ଛଡ଼ାଇ ନେଉଛନ୍ତି। ବିଜେପି କ୍ଷମତାକୁ ଆସିଲେ ଏହି ଅନୁପ୍ରବେଶକାରୀଙ୍କୁ ଦେଶରୁ ବାହାର କରିବ ଏବଂ ପଶ୍ଚିମବଙ୍ଗର ମୂଳ ବାସିନ୍ଦାଙ୍କ ଅଧିକାର ରକ୍ଷା କରିବ। ସେ କହିଛନ୍ତି ଯେ ଟିଏମ୍ସି ସରକାର ପଶ୍ଚିମବଙ୍ଗକୁ ଅନୁପ୍ରବେଶକାରୀଙ୍କ ଗଡ଼ ବନାଇଛି ଏବଂ ଏମାନେ ପଶ୍ଚିମବଙ୍ଗର ଯୁବକମାନଙ୍କର ରୋଜଗାର ପ୍ରତି ମଧ୍ୟ ବଡ଼ ବିପଦ ସାଜିଛନ୍ତି।
ଆହୁରି ପଢନ୍ତୁ: Pakistan Accident: ପାକିସ୍ତାନରେ ଘନକୁହୁଡ଼ି ଯୋଗୁଁ ପୋଲ ତଳକୁ ଖସି ପଡ଼ିଲା ଟ୍ରକ: ୬ ଶିଶୁ ସମେତ ୧୪ ମୃତ
ଟିଏମ୍ସି ପଶ୍ଚିମବଙ୍ଗକୁ ଲୁଟିବାର କାମ କରିଛି। ଗରିବଙ୍କ ରାସନ୍, ଛାତ୍ରବୃତ୍ତି ଓ ସରକାରୀ ଯୋଜନାର ଲାଭ ଅନୁପ୍ରବେଶକାରୀଙ୍କୁ ଦିଆଯିବାରୁ ଅତି ଅସ୍ବାଭାବିକ ସ୍ଥିତି ଦେଖିବାକୁ ମିଳିଛି। ବିଜେପି ଏନ୍ଆରସି ଓ ସିଏଏ ମାଧ୍ୟମରେ ଅନୁପ୍ରବେଶକାରୀଙ୍କୁ ବାହାର କରିବ ଏବଂ ପଶ୍ଚିମବଙ୍ଗର ଗରିବମାନଙ୍କୁ ସେମାନଙ୍କ ଅଧିକାର ଫେରାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗରେ ବିଜେପିର ବଢ଼ୁଥିବା ଶକ୍ତି ଉଲ୍ଲେଖ କରି କହିଛନ୍ତି ଯେ ଜନତା ଏବେ ଜାଗ୍ରତ ହୋଇଛନ୍ତି। ଲୋକେ ଟିଏମ୍ସିର ଲୁଟ୍ ଓ ଭ୍ରଷ୍ଟାଚାରରେ ଅତିଷ୍ଠ ହୋଇଯାଇଛନ୍ତି। ସେ କହିଛନ୍ତି ଯେ ବିଜେପି ପଶ୍ଚିମବଙ୍ଗରେ ସରକାର ଗଠନ କରି ବିକାଶ ଓ ସୁରକ୍ଷା ସୁନିଶ୍ଚିତ କରିବାକୁ ପ୍ରତିଶ୍ରୁତିବଦ୍ଧ। ପ୍ରଧାନମନ୍ତ୍ରୀଙ୍କ ବୟାନ ଏଭଳି ସମୟରେ ଆସିଛି ଯେତେବେଳେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ପ୍ରସ୍ତୁତି ଜୋର୍ଦାର ହୋଇଛି।
ଆହୁରି ପଢନ୍ତୁ: Murder in Bangladesh: ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ଗାଡ଼ି ମଡ଼ାଇ ହତ୍ୟା
ବିଜେପି ଅନୁପ୍ରବେଶ ଓ ଭୋଟ୍ ବ୍ୟାଙ୍କ୍ ରାଜନୀତିକୁ ନିଜର ମୁଖ୍ୟ ପ୍ରସଙ୍ଗ ବନାଇଛି। ମୋଦୀ କହିଛନ୍ତି ଯେ ପଶ୍ଚିମବଙ୍ଗର ଲୋକେ ଏବେ ପରିବର୍ତ୍ତନ ଚାହୁଥିବାରୁ ଟିଏମ୍ସି ସରକାର ପତନ ନିଶ୍ଚିତ। ଅନ୍ୟପକ୍ଷରେ ଟିଏମ୍ସି ମୋଦୀଙ୍କ ବୟାନକୁ ଖଣ୍ଡନ କରି କହିଛି ଯେ ବିଜେପି ରାଜ୍ୟ ସରକାର ବିରୋଧରେ ମିଥ୍ୟା ପ୍ରଚାର ଚଳାଇଛି। ଟିଏମ୍ସି ପ୍ରବକ୍ତା କହିଛନ୍ତି ଯେ ପଶ୍ଚିମବଙ୍ଗରେ କୌଣସି ଅନୁପ୍ରବେଶ ହେଉନାହିଁ। ପ୍ରଧାନମନ୍ତ୍ରୀ କେବଳ ନିର୍ବାଚନୀ ଲାଭ ପାଇଁ ମିଛ କହୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/17/591007a5-66cd-4f96-bb6c-0ed8443ee61e-2026-01-17-20-56-41.jpg)