ମୁସାରଫ ମାନିଲେ, ମୋଦିଙ୍କ ସାମନା କରିପାରୁନାହିଁ ପାକିସ୍ତାନ

ଦୁବାଇ: ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନ ଏକ ବଦନାମ ଦେଶ । ବିଶ୍ୱର କୌଣସି ଦେଶର ପାକିସ୍ତାନ ପ୍ରତି ତିଳେମାତ୍ର ସମ୍ମାନ ନାହିଁ । ଭାରତର ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ଉପରେ ଆଧିପତ୍ୟ ବିସ୍ତାର କରି ରହିଛନ୍ତି । ମୋଦି ସରକାରର ବିଚକ୍ଷଣ କୂଟନୀତିର ସାମନା କରିନପାରି ପାକିସ୍ତାନ ବିଶ୍ୱରେ ଏକଘରିଆ ହୋଇଯାଇଛି । ଏକଥା ଭାରତ ସରକାରଙ୍କ କୌଣସି ପ୍ରବକ୍ତା ବା କୌଣସି ବିଜେପି ନେତା କହୁନାହାନ୍ତି, ବରଂ ଏକଥା କହିଛନ୍ତି ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଜେନେରାଲ ପରଭେଜ ମୁସାରଫ ।

ଏକ ପାକିସ୍ତାନି ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ବିଶ୍ୱ କୂଟନୀତି କ୍ଷେତ୍ରରେ ମୋଦିଙ୍କ ସାମନା କରିପାରୁନାହିଁ ପାକିସ୍ତାନ । ମୋଦି ଆସିବା ପରେ ପାକିସ୍ତାନ ବିଶ୍ୱରେ କଣଠେସା ହୋଇଯାଇଛି । ଆମଦେଶର କୂଟନୀତି ବିଫଳ ହୋଇଛି, କୌଣସି ଦେଶ ଆମକୁ ଭରଷା କରୁନାହାନ୍ତି ବୋଲି ସେ ସ୍ୱୀକାର କରିଛନ୍ତି ।

ଆଉ ଏକ ପ୍ରସଙ୍ଗରେ ସେ କହିଛନ୍ତି ଯେ କୂଳଭୂଷଣ ଯାଦବ ପ୍ରସଙ୍ଗରେ ପାକିସ୍ତାନ କୂଟନୀତି ବେଶ ଶାଣିତ ରହିଛି । ଯଦି ଯାଦବଙ୍କୁ ଭାରତ ଜଣେ ଗୁପ୍ତଚର ବୋଲି ସ୍ୱୀକାର କରୁନାହିଁ, ଆମେ କାହିଁକି ଲସ୍କର-ଇ-ତୋଇବାକୁ ଏକ ଆତଙ୍କବାଦୀ ସଂଗଠନ ବୋଲି ସ୍ୱୀକାର କରିବା, ବୋଲି ସେ ପ୍ରଶ୍ନ କରିଛନ୍ତି ।

କିଛିଦିନ ତଳେ ମୁସାରଫ କହିଥିଲେ ଯେ ସେ ହେଉଛନ୍ତି ଲସ୍କର-ଇ-ତୋଇବା ଓ ଜୈସ-ଇ-ମହମ୍ମଦ ସଂଗଠନର ଜଣେ ବଡ଼ ସମର୍ଥକ ।

ସମ୍ବନ୍ଧିତ ଖବର