ମୋଦି ହେଉଛନ୍ତି ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ଅବତାର : ସଂଜୟ ନିରୁପମ

ନୂଆଦିଲ୍ଲୀ : ମୋଦିଙ୍କୁ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ସହିତ ତୁଳନା କରିଛନ୍ତି କଂଗ୍ରେସ ନେତା ସଂଜୟ ନିରୁପମ । ମୋଦି ଯେପରି ବାରାଣାସୀରେ ଅନେକ ମନ୍ଦିର ଭାଙ୍ଗିଛନ୍ତି ଓ କାଶୀ ବିଶ୍ୱନାଥ ମନ୍ଦିରରେ ପ୍ରବେଶ ପାଇଁ ଭକ୍ତଙ୍କଠାରୁ ୫୫୦ ଟଙ୍କା ଲେଖାଏଁ ଶୁଳ୍କ ଲାଗୁ କରିଛନ୍ତି, ସେଥିପାଇଁ ତାଙ୍କୁ ଆଧୁନିକ ଯୁଗରେ ଔରଙ୍ଗଜେବଙ୍କ ଅବତାର କୁହାଯାଇପାରେ । ନିରୁପମଙ୍କ ଏହି ବିବ୍ରୁତି ପରେ ଏକ ରାଜନୈତିକ ବିବାଦ ସୃଷ୍ଟି ହେବାର ଆଶଙ୍କା ରହିଛି ।

ବାରାଣାସୀରେ କଂଗ୍ରେସ ପାଇଁ ନିର୍ବାଚନ ପ୍ରଚାର ବେଳେ ସେ କହିଛନ୍ତି ଯେ ସହରରେ କାଶୀବିଶ୍ୱନାଥ କରିଡର ନିର୍ମାଣ ପାଇଁ ମୋଦି ଅନେକ ଘର ଓ ମନ୍ଦିର ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ । ଔରଙ୍ଗଜେବ ନିଜ ସମୟରେ କାଶୀରେ ମନ୍ଦିର ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଲୋକମାନଙ୍କ ପ୍ରବଳ ବିରୋଧ ଯୋଗୁଁ ନିଜ ଉଦ୍ଦେଶ୍ୟରେ ସଫଳ ହୋଇପାରିନଥିଲେ । କିନ୍ତୁ ମୋଦି ତାହା କରିବାରେ ସଫଳ ହୋଇଯାଇଛନ୍ତି । କିଛିଦିନ ପୂର୍ବେ ଆଉ ଜଣେ କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟବାଲା ମଧ୍ୟ ମୋଦିଙ୍କୁ ମୋଗଲ ସମ୍ରାଟଙ୍କ ସହ ତୁଳନା କରିଥିଲେ ।

ସମ୍ବନ୍ଧିତ ଖବର