ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ମୋଦି, ୧୬ଶ ଲୋକସଭା ଭାଙ୍ଗିବାକୁ ରାଷ୍ଟ୍ରପତିଙ୍କୁ ସୁପାରିଶ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଇସ୍ତଫା ଦେଇଛନ୍ତି । ଆଜି ବସିଥିବା କ୍ୟାବିନେଟର ଶେଷ ବୈଠକରେ ୧୬ଶ  ଲୋକସଭାକୁ ଭାଙ୍ଗିଦେବାକୁ  ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସୁପାରିଶ କରାଯାଇଛି ।  ଏହା ସହିତ ମନ୍ତ୍ରୀମଣ୍ଡଳକୁ ଭାଙ୍ଗିଦେବାକୁ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସୁପାରିଶ କରିଛନ୍ତି ।

ଗତ କାଲି ଲୋକସଭା ନିର୍ବାଚନର ଫଳାପଳ ପ୍ରକାଶ ପାଇଥିଲା । ଏଥିରେ ବିଜେପି ନେତୃତ୍ବାଧୀନ ଏନଡିଏ ବିପୁଳ ବିଜୟ ସହ ପୁଣି କ୍ଷମତାକୁ ଫେରିଛି । ଏହାର ଦିନକ ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ କ୍ୟାବିନେଟର ବୈଠକ ଡାକି ୧୬ଶ ଲୋକସଭାକୁ ଭାଙ୍ଗିଦେବାକୁ ସୁପାରିଶ କରିଛନ୍ତି । ଆସନ୍ତା ଜୁନ ୩ ତାରିଖ ପୂର୍ବରୁ ୧୭ଶ ଲୋକସଭା ଗଠନ ହୋଇଯିବ ।

ତେବେ ନରେନ୍ଦ୍ର ମୋଦି ଓ ତାଙ୍କର ନୂଆ କ୍ୟାବିନେଟ କେବେ ସପଥ ଗ୍ରହଣ କରିବ ସେ ସଂପର୍କରେ ଏପର୍ଯ୍ୟନ୍ତ କୌଣସି ତାରିଖ ଚୂଡାନ୍ତ ହୋଇନାହିଁ । ତେବେ ଖୁବଶୀଘ୍ର ଏହି ତାରିଖ ଘୋଷଣା ହୋଇଯିବା ଆଶା କରାଯାଉଛି ।

ସମ୍ବନ୍ଧିତ ଖବର