ବାରାଣାସୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତ କାଲି ଉତ୍ତରପ୍ରଦେଶର ବାରାଣାସୀ ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିବେ । ଏହାର ଦିନକ ପୂର୍ବରୁ ଆଜି ଏହି ମନ୍ଦିର ନଗରୀରେ ମୋଦି ଏକ ବିଶାଳ ରୋଡ ସୋ କରି ଦଳର ଶକ୍ତିପ୍ରଦର୍ଶନ କରିଛନ୍ତି ।  ଏହି ରୋଡ ଶୋ’ଟି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ନିକଟରୁ ବାହାରି ଗଙ୍ଗାକୂଳରେ ଥିବା ଦଶାଶ୍ୱମେଧଘାଟରେ ସମାପ୍ତ ହେବ । ଏହି ଘାଟରେ ପହଞ୍ଚି ସେ ଗଙ୍ଗା ଆରତି କରିବେ ।

Advertisment

ଏହି ରୋଡ ସୋରେ ଏନଡିଏର ପ୍ରମୁଖ ସହଯୋଗୀ ଦଳ ଜେଡିୟୁ ମୁଖ୍ୟ ନିତିଶ କୁମାର, ଅକାଳିଦଳ ମୁଖ୍ୟ ପ୍ରକାଶ ସିଂ ବାଦଲ, ଶିବସେନା ମୁଖ୍ୟ ଉଦ୍ଧବ ଠାକରେ, ଲୋକଜନଶକ୍ତି ପାର୍ଟି ମୁଖ୍ୟ ରମବିଳାଶ ପାଶଓ୍ଵାନ, କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜ, ପିୟୁଷ ଗୋଏଲ ଓ ନିତିନ ଗଡକରୀ ସାମିଲ ଅଛନ୍ତି । ଅନ୍ୟପକ୍ଷରେ  କଂଗ୍ରେସ ଆଜି ଅଜୟ ରାୟଙ୍କୁ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ଘୋଷଣା କରିଛି । ଏହା ସହିତ ପ୍ରିୟଙ୍କା ଗାନ୍ଧି ଏହି ଆସନରୁ ଲଢିବା ପାଇଁ ହେଉଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି ।