ଶୁକ୍ରବାର ସକାଳ ୯ଟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଭିଡିଓ ବାର୍ତ୍ତା ଜାରି କରିବେ ପ୍ରଧାନମନ୍ତ୍ରୀ ମୋଦୀ, ବଡ଼ ଘୋଷଣା ସମ୍ଭାବନା 

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା କାଲି ସକାଳ ୯ଟା ବେଳେ ଏକ ଭିଡିଓ ବାର୍ତ୍ତା ଜାରି କରିବେ । କରୋନା ଭାଇରସ ପରିସ୍ଥିତିକୁ ନେଇ ଦେଶ ଏବେ ଲକଡାଉନରେ ଥିବାବେଳେ ଦେଶବାସୀଙ୍କୁ ମୋଦୀ ଏହି ଭିଡିଓ ବାର୍ତ୍ତା ମାଧ୍ୟମରେ କଣ କହୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିବ । ପ୍ରଧାନମନ୍ତ୍ରୀ ଟ୍ୱିଟ କରି ଏ ସଂପର୍କରେ ଘୋଷଣା କରିଛନ୍ତି ।

 

ଦେଶରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ହେଉଥିବାବେଳେ ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗୁରୁବାରଦିନ ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ଏହା ପରେ ମୋଦୀଙ୍କ ଭିଡିଓ ବାର୍ତ୍ତା ସଂପର୍କିତ ଘୋଷଣା ସୂଚାଉଛି ଯେ ସେ କୌଣସି ବଡ଼ ଘୋଷଣା କରିପାରନ୍ତି ।

ଗତ ମାର୍ଚ୍ଚ ୨୪ ତାରିଖରେ ଜାତି ଉଦ୍ଦେଶ୍ୟରେ ଭାଷଣ ଦେଇ ଲକଡାଉନ ଘୋଷଣା କରିଥିଲେ ମୋଦୀ । ଠିକ ଏହା ପୂର୍ବରୁ ସେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ଏଥର ଠିକ ସେପରି ହୋଇଥିବାରୁ ଏହି ଭିଡିଓ ବାର୍ତ୍ତାକୁ ଗୁରୁତ୍ୱ ଦିଆଯାଉଛି ।

ସମ୍ବନ୍ଧିତ ଖବର