ନୂଆଦିଲ୍ଲୀ: ଚଳିତ ନିର୍ବାଚନରେ ବାରଣାସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନେକ ନିଆରା ପ୍ରାର୍ଥୀ ଟକ୍କର ଦେବାକୁ ଯାଉଛନ୍ତି। କାଲକାଟା ହାଇକୋର୍ଟ ଜଜ୍ଙ୍କଠାରୁ ଆରମ୍ଭ କରି ତାମିଲ୍ନାଡୁର ୧୧୧ କୃଷକ ସମୂହ, ବହିଷ୍କୃତ ବିଏସ୍ଏଫ୍ ଯବାନ, ଫ୍ଲୁରୋସିସ୍ ଆକ୍ରାନ୍ତ, ଭୀମ ସେନା ମୁଖ୍ୟ, ବିଏଚ୍ୟୁ ପ୍ରଫେସର୍ ଓ ମନ୍ଦିର ମାହତ ଆଦି ମୋଦୀଙ୍କ ବିରୋଧରେ ମୈଦାନକୁ ଓହ୍ଲାଇଛନ୍ତି।
ମୋଦୀଙ୍କ ବିରୋଧରେ ଲଢୁଥିବା ଅନେକ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ଟାଣୁଆ ପ୍ରାର୍ଥୀ ହେଉଛନ୍ତି କାଲକାଟା ହାଇକୋର୍ଟ ଜଜ ସିଏସ୍ କରନ। ୨୦୧୭ ମହିହାରେ କରନଙ୍କୁ ଏକ ମାମଲା ନେଇ ୬ ମାସ ପାଇଁ ଜେଲ୍ ଦଣ୍ଡାଦେଶ ହୋଇଥିଲା। ସେ ଦୁର୍ନୀତି ବିରୋଧରେ ଲଢ଼ିବା ପାଇଁ ଇଚ୍ଛା ରଖି ରାଜନୀତିରେ ପ୍ରବେଶ କରିଛନ୍ତି। ତାମିଲନାଡୁର ୬୩ ବର୍ଷିଅ ପୂର୍ବତନ ଜଜ୍ ବାରଣାସୀ ବ୍ୟତୀତ ସେଣ୍ଟ୍ରାଲ୍ ଚେନ୍ନାଇ ଲୋକସଭା ଆସନ ପାଇଁ ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି। ୨୦୧୮ ମସିହାରେ ସେ ଆରମ୍ଭ କରିଥିବା ଆଣ୍ଟି କର୍ପସନ ଡାଇନାମିକ୍ ପାର୍ଟି ପକ୍ଷରୁ ସେ ନିର୍ବାଚନ ଲଢୁଛନ୍ତି।
ସେହିପରି ମୋଦୀଙ୍କର ଜଣେ ହାଇପ୍ରୋଫାଇଲ୍ ପ୍ରତିନ୍ଦ୍ୱନ୍ଦୀ ହେଉଛନ୍ତି ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦ। ଆପଣଙ୍କର ମନେ ଥିବ ନିଶ୍ଚୟ ସେ ହସ୍ପିଟାଲ୍ରେ ପଡ଼ିଥିବା ବେଳେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ତାଙ୍କୁ ଭେଟିବାକୁ ଯାଇଥିବା ବେଳର ଏକ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା।
/sambad/media/post_attachments/wp-content/uploads/2019/04/download-33-300x168.jpg)
୨୦୧୭ ମସିହାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ରାଜଧାନୀ ଦିଲ୍ଲୀରେ ଯାଇ ବିକ୍ଷୋଭ ପ୍ରଦର୍ଶନ କରିଥିବା ତାମିଲ୍ନାଡୁର ୧୧୧ କୃଷକ ସମୂହ ବି ମୋଦୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବାକୁ ଅଣ୍ଟା ଭିଡିଛନ୍ତି। ସେମାନଙ୍କ ନେତୃତ୍ୱ ନେଉଛନ୍ତି ପି ଆୟାକାନ୍ନୁ।
ବିଏସ୍ଏଫ୍ ଯବାନମାନଙ୍କୁ ନିମ୍ନ ସ୍ତରୀୟ ଖାଦ୍ୟ ଦିଆଯାଉଛି ବୋଲି ଗତ ବର୍ଷ ସୋସିଆଲ୍ ମିଡିଆରେ ଏକ ଭିଡିଓ ଅପ୍ଲୋଡ କରି ଚର୍ଚ୍ଚାରେ ରହିଥିବା ବିଏସ୍ଏଫ୍ କନେଷ୍ଟବଲ୍ ତେଜ୍ ବାହାଦୁର ଯାଦବ ସ୍ୱାଧୀନ ପ୍ରାର୍ଥୀ ଭାବେ ମୋଦୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ।
ମୋଦୀଙ୍କର ଅନ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଅଛନ୍ତି ଫ୍ଲୋରସିସ୍ ପୀଡ଼ିତ, ବିଏଚ୍ୟୁ ପ୍ରଫେସର୍, ସଙ୍କଟ ମୋଚନ ମନ୍ଦିରର ମାହତ।