ମହମ୍ମଦ ସାମି ବିଶ୍ୱ ଏକାଦଶରେ ସାମିଲ, ଟି-୨୦ରେ ପାଣ୍ଡ୍ୟାଙ୍କ ସ୍ଥାନରେ ଖେଳିବେ

ଦୁବାଇ: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ରୋଗରେ ପୀଡ଼ିତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ବିଶ୍ୱ ଏକାଦଶ ଟିମରେ ସାମିଲ କରାଯାଇଛି। ସେ ଆଗାମୀ ମେ’ ମାସ ୩୧ ତାରିଖରେ ଇଂଲଣ୍ଡର ଲଡର୍ସରେ େଓ୍ଵଷ୍ଟଇଣ୍ଡିଜ ବିପକ୍ଷରେ ଟି-୨୦ ମ୍ୟାଚ୍‌ ଖେଳିବେ। ସାମିଙ୍କୁ ପାଣ୍ଡ୍ୟାଙ୍କ ସ୍ଥାନରେ ନିଆଯାଇଛି। ପାଣ୍ଡ୍ୟା ଭାଇରାଲ ଯୋଗୁଁ ମ୍ୟାଚ ଖେଳିପାରିବେ ନାହିଁ। ସେହିଭଳି ଦିନେଶ କାର୍ତ୍ତିକଙ୍କୁ ମଧ୍ୟ ବିଶ୍ୱ ଏକାଦଶରେ ସାମିଲ କରାଯାଇଛି।

ବିଶ୍ୱ ଏକାଦଶ ଟିମ୍‌ରେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନର ୨-୨ ଜଣ ତଥା ଆଫଗାନିସ୍ତାନ, ବାଂଲାଦେଶ, ନେପାଲ ଓ ଶ୍ରୀଲଙ୍କାରୁ ଜଣେ ଲେଖାଏଁ ଖେଳାଳିଙ୍କୁ ସାମିଲ କରାଯାଇଛି। ଟିମ୍‌ର ଅଧିନାୟକ ଦାୟିତ୍ୱ ତୁଲାଇବେ ଇଂଲଣ୍ଡର କ୍ୟାପଟେନ୍‌ ଇଆନ ମୋର୍ଗାନ।

ଇଂଲଣ୍ଡର ବାମହାତୀ ସ୍ପିନର ଆଦିଲ ରସିଦଙ୍କୁ ମଧ୍ୟ ବିଶ୍ୱ ଏକାଦଶରେ ସାମିଲ କରାଯାଇଛି। ଏହି ମ୍ୟାଚରୁ ରୋଜଗାର ହେବାକୁ ଥିବା ଟଙ୍କା େଓ୍ଵଷ୍ଟଇଣ୍ଡିଜରେ ଗତ ବର୍ଷ ବାତ୍ୟା ପ୍ରଭାବରେ କ୍ଷତି ହୋଇଥିବା ଷ୍ଟାଡିୟମର ମରାମତି ହେବ।

ଆଇସିସି ବିଶ୍ୱ ଏକାଦଶ ଟିମ୍‌

ଇଆନ ମୋର୍ଗନା(ଅଧିନାୟକ, ଇଂଲଣ୍ଡ), ସାହିଦ ଆଫ୍ରିଦୀ (ପାକିସ୍ତାନ), ତମିମ ଇକବାଲ(ବାଂଲାଦେଶ), ଦିନେଶ କାର୍ତ୍ତିକ(ଭାରତ), ରସିଦ ଖାଁ(ଆଫଗାନିସ୍ତାନ), ସନ୍ଦୀପ ଲାମିଛାନେ(ନେପାଲ), ମିସେଲ ମ୍ୟାକଲିଙ୍ଘନ(ନ୍ୟୁଜିଲାଣ୍ଡ), ସୋଏବ ମଲିକ(ପାକିସ୍ତାନ), ତିସାରା ପରେରା(ଶ୍ରୀଲଙ୍କା), ଲ୍ୟୁକ ରୋଞ୍ଚି(ନ୍ୟୁଜିଲାଣ୍ଡ), ଆଦିଲ ରସିଦ(ଇଂଲଣ୍ଡ) ଓ ମହମ୍ମଦ ସାମି(ଭାରତ)।

ସମ୍ବନ୍ଧିତ ଖବର