କୋରାପୁଟ: କୋରାପୁଟ ଜିଲ୍ଲା, ବୈପାରୀଗୁଡା ଥାନା ଅନ୍ତର୍ଗତ ମାଠପଡା ଗ୍ରାମପଞ୍ଚାୟତର ମସିପଦର ଗାଁର ଗ୍ରାମବାସୀମାନଙ୍କ ଅଜାଣତରେ ସେମାନଙ୍କ ନାଁରେ ଜୟପୁରର ୨ଟି ବ୍ୟାଙ୍କରେ ଖାତା ଖୋଲି ସରକାରଙ୍କ ଠାରୁ ମିଳୁଥିବା ଏମ୍.ଜି.ଏନ୍.ଆର୍.ଇ.ଜି.ଏ ରେ ମିଳୁଥିବା ଶ୍ରମିକ ଟଙ୍କା, କାଳିଆ ଯୋଜନା (ବର୍ତ୍ତମାନର ପିଏମକିସାନ, ସିଏମ୍ କିସାନ ଓ ଏସସିଏମ୍ )( PM KISAN, SCM, KISAN) ଟଙ୍କା, ବାର୍ଦ୍ଧର୍କ ଭତ୍ତା ଟଙ୍କା, ପ୍ରଧାନମନ୍ତ୍ରୀ ଆବାସ ଟଙ୍କା ଯାହାର ଡି.ବି.ଟି. ମାଧ୍ୟମରେ ଥିବା ଲକ୍ଷାଧିକ ଟଙ୍କା ଉଠାଣ କରିଥିବା ଅଭିଯୋଗ କରିଛନ୍ତି। ଏହି  ଅଭିଯୋଗ ନେଇ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେବା ସହ ଏହାର ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି।

Advertisment

 ସୂଚନା ଯୋଗ୍ୟ, ଜୟପୁର ସହର ଠାରୁ ୩୫କିଲୋମିଟର ଦୂରରେ ରହୁଥିବା ଏବଂ ବ୍ୟାଙ୍କକୁ କେବେ ବି ଆସିନଥିବା ବ୍ୟକ୍ତି ମାନଙ୍କ ନାଁରେ ଜୟପୁରର ୨ଟି ବ୍ୟାଙ୍କରେ ଖାତା ଖୋଲି ଲକ୍ଷ ଲକ୍ଷ ଟଙ୍କାର କାରବାର ହୋଇଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଏପରିକି ଏହି ଗ୍ରାମବାସୀ ମାନେ କେବେ ବି ଏହି ଦୁଇ ବ୍ୟାଙ୍କର ବାରଣ୍ଡା ମାଡ଼ି ନଥିବା କହିଛନ୍ତି। ଏମାନେ ବ୍ୟାଙ୍କକୁ ନ ଯାଇ କିଭଳି ଖାତା ଖୋଲାଯାଇଛି ବୋଲି ଏହି ଗ୍ରାମବାସୀ ମାନେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଏମାନଙ୍କ ନାଁରେ ଏ.ଟି.ଏମ୍. ଏବଂ ଚେକଦ୍ବାରା ଲକ୍ଷ ଲକ୍ଷ ଟଙ୍କା କାରବାର କରାଯାଇଛି ।

 ଆମ୍ଭଙ୍କୁ ସନ୍ଦେହ ହେଉଛି ବ୍ୟାଙ୍କର କର୍ମଚାରୀ, କାର୍ଯ୍ୟରତ ଜି.ଆର୍.ଏସ୍. ଓ ଉକ୍ତ ଅଂଚଳର ଜଣେ ରାଜନେତା ମିଳିଭଗତ କରି ଏଭଳି କାରାବାର କରିଛନ୍ତି। ଉକ୍ତ ରାଜନେତା ଜଣକ କିଛି ଲୋକଙ୍କୁ ମିଛ ସତକହି ଶ୍ରମିକ କାର୍ଡ଼ କରିଦେବାକୁ କହି ଜୟପୁର ନେଇ ବ୍ୟାଙ୍କରେ ଖାତା ଖୋଲିଥିଲେ । ଅଳ୍ପ ଲୋକଙ୍କୁ ନେଇ ବ୍ୟାଙ୍କରେ ଦେଖା କରି ବହୁତ ଲୋକମାନଙ୍କର ପରିଚୟ ପତ୍ର ଯଥା- ଆଧାର କାର୍ଡ, ଭୋଟର ଓ ପାସ୍ ଫଟୋକୁ ବ୍ୟବହାର କରି ନିଜେ ଦସ୍ତଖତ କରି ୨୦୦ ରୁ ଉର୍ଦ୍ଧ୍ବ ଲୋକଙ୍କ ନାମରେ ପାସ୍ ବହି କରି ସରକାରଙ୍କ ଠାରୁ ମିଳୁଥିବା ଏମ୍.ଜି.ଏନ୍.ଆର୍.ଇ.ଜି.ଏ ରେ ମିଳୁଥିବା ଶ୍ରମିକ ଟଙ୍କା, କାଳିଆ ଯୋଜନା (ବର୍ତ୍ତମାନର ପିଏମକିସାନ, ସିଏମ୍ କିସାନ ଓ ଏସସିଏମ୍ )( PM KISAN, SCM, KISAN) ଟଙ୍କା, ବାର୍ଦ୍ଧର୍କ ଭତ୍ତା ଟଙ୍କା, ପ୍ରଧାନମନ୍ତ୍ରୀ ଆବାସ ଟଙ୍କା ଯାହାର ଡି.ବି.ଟି. ମାଧ୍ୟମରେ ଥିବା ଲକ୍ଷାଧିକ ଟଙ୍କା ଉଠାଣ କରିଥିବା ଅଭିଯୋଗ କରିଛନ୍ତି। ଏହାର ତଦନ୍ତ କରାଗଲେ ଏଥିରେ ସଂପୃକ୍ତ ଥିବା ବ୍ୟାଙ୍କ କର୍ମଚାରୀ,ବ୍ଲକ କର୍ମଚାରୀ ଏବଂ ଶ୍ରୀ ରଥଙ୍କ ଠାରୁ ଲୋକଙ୍କ ନାଁରେ ହଡପ ହୋଇଥିବା କୋଟି କୋଟି ଟଙ୍କା ଆଦାୟ କରାଯାଇ ହେବ ଏବଂ ପ୍ରକୃତ ଲୋକେ ପାଇପାରିବେ ବୋଲି ଏହି ଗ୍ରାମବାସୀ ମାନେ କହିଛନ୍ତି।