ସୋର: ସୋରରେ କିଛି ଦିନ ହେବ ମାଙ୍କଡର ଆତଙ୍କ ଦେଖିବାକୁ ମିଳିଛି। ଛୋଟ ପିଲା ଠାରୁ ଆରମ୍ଭ କରି ଉଭୟ ପୁରୁଷ ଓ ମହିଳା ମାଙ୍କଡ କାମୁଡ଼ାରେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି। ଗତ ଦୁଇଦିନ ଭିତରେ ସାତରୁ ଅଧିକ ଲୋକ ମାଙ୍କଡ କାମୁଡ଼ାରେ ଆହତ ହୋଇଥିବା ବେଳେ ଏକ ମାସ ମଧ୍ୟରେ ୩୫ ଜଣ ଆହତ ହୋଇଛନ୍ତି। ଯାହାକୁ ନେଇ ସୋର ଅଂଚଳରେ ଏବେ ମାଙ୍କଡ ଆତଙ୍କ ଦେଖାଦେଇଛି। ମାତ୍ର ଏଯାବତ ବନବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଯାଇନାହିଁ। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ମାଖନପୁର ଅଞ୍ଚଳର ଅତସୀ ମିଶ୍ର ସୋର ପୌରାଞ୍ଚଳ ଖଣ୍ଡାସାହିରେ ଭଡା ସୂତ୍ରରେ ରୁହନ୍ତି। ଗତକାଲି ସକାଳେ ଏକ ମାଙ୍କଡ ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା। ଫଳରେ ତାଙ୍କ ହାତ ଓ ଗୋଡ଼ରେ କ୍ଷତ ସୃଷ୍ଟି ହେବାରୁ ସେ ଆହତ ହୋଇ ସୋର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେହିପରି ଅଭଣା ଗ୍ରାମର ବାଞ୍ଛାନିଧି ବାରିକ, ଲିଙ୍ଗପଡା ଗ୍ରାମର ସୁମିତ୍ରା ରଣା,ପାରା ମହଲା ଗ୍ରାମର ସୁମନ ଖାତୁନ ଙ୍କୁ ମାଙ୍କଡ ଆକ୍ରମଣ କରିବାରୁ ଆହତ ହୋଇ ଡାକ୍ତରଖନାରେ ଭର୍ତି ହୋଇଥିଲେ। ଗତ ୩ଦିନ ମଧ୍ୟରେ ଅଡଙ୍ଗ ବଜାରର ସୁମିତ୍ରା ବେହେରା,ବଲାନ ବିବି,ଛତ୍ରପୁର ଗ୍ରାମର ଆଦିକ୍ଷା କର,ଜୟପ୍ରକାଶ ବାରିକ,ତମନା ପ୍ରିୟଦର୍ଶନୀ,ପାରାମହଲାର ଗ୍ରାମର ସୋହେବ ଅଲି ସାହା ନଟାପଡା ପଂଚାୟତ ୱାଦା ଗ୍ରାମର ପ୍ରହଲ୍ଲାଦ ନାୟକ,କଞ୍ଚନ ମହାଳିକ ଓ ଘୋଡ଼ାସାହି ଗ୍ରାମର ପ୍ରିୟାନସି ନାୟକ ମାଙ୍କଡ କାମୁଡ଼ାରେ ଆହତ ହୋଇ ଡାକ୍ତରଖନାରେ ଭର୍ତି ହୋଇଥିଲେ। ଏହି ଭଳି ଭାବରେ ଗତ ଏକ ମାସ ମଧ୍ୟରେ ସୋରର ବିଭିନ୍ନ ଅଂଚଳରୁ ୩୫ ଜଣ ମାଙ୍କଡ କାମୁଡ଼ାରେ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮ ଜଣ ଛୋଟ ପିଲା ଥିବା ବେଳେ ୩ ଜଣ ପୁରୁଷ ଓ ୧୪ ଜଣ ମହିଳା ଅଛନ୍ତି। ତେବେ ମାଙ୍କଡ ଆତଂକରେ ସୋର ଅଂଚଳର ଲୋକେ ଭୟଭୀତ ଥିବା ବେଳେ ବନବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ବନ ବିଭାଗ ଏଥିପ୍ରତି ଗୁରୁତ୍ୱ ଦେବା ସହିତ ଉକ୍ତ ମାଙ୍କଡ ପଲକୁ ଘଉଡାଇବାକୁ ସାଧରଣରେ ଦାବି ହୋଇଛି।
ସୋରରେ ମାଙ୍କଡ ଆତଙ୍କ: ଗୋଟିଏ ମାସରେ ୩୫ ଜଣ ଆହତ
ସୋରରେ କିଛି ଦିନ ହେବ ମାଙ୍କଡର ଆତଙ୍କ ଦେଖିବାକୁ ମିଳିଛି। ଛୋଟ ପିଲା ଠାରୁ ଆରମ୍ଭ କରି ଉଭୟ ପୁରୁଷ ଓ ମହିଳା ମାଙ୍କଡ କାମୁଡ଼ାରେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି। ଗତ ଦୁଇଦିନ ଭିତରେ ସାତରୁ ଅଧିକ ଲୋକ ମାଙ୍କଡ କାମୁଡ଼ାରେ ଆହତ ହୋଇଥିବା ବେଳେ ଏକ ମାସ ମଧ୍ୟରେ ୩୫ ଜଣ ଆହତ ହୋଇଛନ୍ତି।
/sambad/media/media_files/2024/10/16/WFhbQxr0GdrowlZ1RmM1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)