ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତିରେ ଅଭିବୃଦ୍ଧିର ଧାରାକୁ ଆହୁରି ତ୍ବରାନ୍ବିତ କରିବାକୁ ହେଲେ ଭିତ୍ତିଭୂମି କ୍ଷେତ୍ରରେ ଅଧିକ ନିବେଶ କରିବାକୁ ଶିଳ୍ପପତିମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ବାନ ଦେଇଛନ୍ତି। ‘ପ୍ରଯୁକ୍ତି, ସଂସ୍କାର ଓ ଆର୍ଥିକ କ୍ଷେତ୍ର’ ସଂକ୍ରାନ୍ତ ଏକ ୱେବିନାର୍ ମାଧ୍ୟମରେ ସେ ଶିଳ୍ପତିମାନଙ୍କୁ ଏହି ଅହ୍ବାନ ଦେଇଛନ୍ତି।
୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବାକୁ ହେଲେ ଭିତ୍ତିଭୂମି କ୍ଷେତ୍ରରେ ରୁପାନ୍ତର ଆସିବା ଜରୁରୀ ବୋଲି ସେ କହିଛନ୍ତି। ସରକାରଙ୍କ ସହ ଶିଳ୍ପ ଗୋଷ୍ଠୀ ଏ ଦିଗରେ ମିଳିତ ଭାବେ ପ୍ରୟାସ ଜାରି ରଖିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗୁରୁତ୍ବ ଆରୋପ କରିଛନ୍ତି।
ଦୀର୍ଘମିଆଦି ଉତ୍ପାଦନକ୍ଷମ ସମ୍ବଳ ସୃଷ୍ଟି କରାଯାଇ ପାରିଲେ ହିଁ ଅଭିବୃଦ୍ଧି ଚିରସ୍ଥାୟୀ ହୋଇପାରିବ। ପ୍ରଯୁକ୍ତି ନୂତନ ଆବିଷ୍କୃତ କ୍ଷେତ୍ରଗୁଡ଼ିକର ଯଥାଯଥ ବିନିଯୋଗ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ସୃଷ୍ଟି କରାଯିବା ଉପରେ ଶ୍ରୀ ମୋଦି ଗରୁତ୍ବ ଆରୋପ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/26/modi-2025-08-26-02-36-24.jpg)