ଠାକୁରମୁଣ୍ଡା: ମୟୂରଭଞ୍ଜଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଚମ୍ପାଝର ଗ୍ରାମପଞ୍ଚାୟତର ପତ୍ରପଡ଼ା ଆଶ୍ରମ ବିଦ୍ୟାଳୟରେ ଝାଡ଼ାବାନ୍ତିରେ ୧୫ ରୁ ଅଧିକ ଛାତ୍ରଛାତ୍ରୀ ଆକ୍ରାନ୍ତ। ସମସ୍ତେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତିl ୨ ଗୁରୁତରଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ରେଫର କରାଯାଇଛି l
ପତ୍ରପଡ଼ା ଆଶ୍ରମ ବିଦ୍ୟାଳୟରେ ହଠାତ୍ ଝାଡ଼ାବାନ୍ତି ବ୍ୟାପିବାରୁ ଠାକୁରମୁଣ୍ଡା ଗୋଷ୍ଠୀ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା କରିବା ପରେ ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସ୍ଵର୍ଣ୍ଣଲତା ଡାଙ୍ଗିଲ, ଚାନ୍ଦିନୀ ହୋଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମଙ୍ଗୁଳୁ ସୟ, ଶୁଭଶ୍ରୀ ମଢେଇ,ଦେଓଲା ମାରାଣ୍ଡି,କାଇରି କାଲୁଣ୍ଡିଆ , ଲକ୍ଷ୍ମୀରାଣୀ ହାଇଵୁରୁ, ପ୍ରତାପ ହୋ ଠାକୁରମୁଣ୍ଡା ଗୋଷ୍ଠୀ ଚିକିତ୍ସାଳୟ ରେ ଚିକିତ୍ସିତ ହେଉଛନ୍ତି।
ଘଟଣାରୁ ପ୍ରକାଶ, ପତ୍ରପଡ଼ା ଆଶ୍ରମ ବିଦ୍ୟାଳୟରେ ହଠାତ୍ ଝାଡ଼ାବାନ୍ତି ବ୍ୟାପିବାରୁ ଠାକୁରମୁଣ୍ଡା ଗୋଷ୍ଠୀ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା କରିବା ପରେ ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସ୍ଵର୍ଣ୍ଣଲତା ଡାଙ୍ଗିଲ, ଚାନ୍ଦିନୀ ହୋଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମଙ୍ଗୁଳୁ ସୟ, ଶୁଭଶ୍ରୀ ମଢେଇ,ଦେଓଲା ମାରାଣ୍ଡି,କାଇରି କାଲୁଣ୍ଡିଆ , ଲକ୍ଷ୍ମୀରାଣୀ ହାଇଵୁରୁ, ପ୍ରତାପ ହୋ ଠାକୁରମୁଣ୍ଡା ଗୋଷ୍ଠୀ ଚିକିତ୍ସାଳୟ ରେ ଚିକିତ୍ସିତ ହେଉଛନ୍ତି। ଖବର ପାଇ ଠାକୁରମୁଣ୍ଡା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ୱପ୍ନେଶ୍ଵର ବେହେରା ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ରାକେଶ ରଞ୍ଜନ ଦାସ ଠାକୁରମୁଣ୍ଡା ଗୋଷ୍ଠୀ ଚିକିତ୍ସାଳୟରେ ପହଞ୍ଚି ଛାତ୍ରଛାତ୍ରୀମାନଙ୍କ ଚିକିତ୍ସା ଖବର ପଚାରି ବୁଝିଛନ୍ତି l କେଉଁ କାରଣରୁ ଝାଡ଼ାବାନ୍ତି ବ୍ୟାପିଲା ତାର କାରଣ ଅନୁସନ୍ଧାନ କରାଯାଉଛି l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/07/23/d7e7d0b4-75af-4ee8-a58e-eb68d6507e90-2025-07-23-12-50-00.jpg)