କାମାକ୍ଷାନଗର: ଭାରସାମ୍ୟ ହରାଇ ଓଲଟିଲା ଘରୋଇ ଯାତ୍ରୀବାହୀ ବସ l ତୁମୁସିଙ୍ଗା ଥାନା କନ୍ତିଓକାଟେଣୀ ଗ୍ରାମ ନିକଟରେ ଓଲଟିଲା ଜଗନ୍ନାଥ ନାମକ ଘରୋଇ ବସ୍ l ବସ୍ଟି ପରଜଙ୍ଗ ଅଞ୍ଚଳରୁ ଭୁବନେଶ୍ୱର ଯାଉଥିବା ବେଳେ ଭାରସାମ୍ୟ ହରାଇ ରେଙ୍ଗାଳି ଶାଖା କେନାଲରେ ଓଲଟି ପଡ଼ିଛି l ବସରେ ପଚାଶରୁ ଅଧିକ ଯାତ୍ରୀ ଥିବାବେଳେ କୋଡ଼ିଏରୁ ଅଧିକ ଯାତ୍ରୀ ଗୁରୁତର ହୋଇଛନ୍ତି l
ତୁମୁସିଙ୍ଗା ଥାନା କନ୍ତିଓକାଟେଣୀ ଗ୍ରାମ ନିକଟରେ ଓଲଟିଲା ଜଗନ୍ନାଥ ନାମକ ଘରୋଇ ବସ୍ l ବସ୍ଟି ପରଜଙ୍ଗ ଅଞ୍ଚଳରୁ ଭୁବନେଶ୍ୱର ଯାଉଥିବା ବେଳେ ଭାରସାମ୍ୟ ହରାଇ ରେଙ୍ଗାଳି ଶାଖା କେନାଲରେ ଓଲଟି ପଡ଼ିଛି l ବସରେ ପଚାଶରୁ ଅଧିକ ଯାତ୍ରୀ ଥିବାବେଳେ କୋଡ଼ିଏରୁ ଅଧିକ ଯାତ୍ରୀ ଗୁରୁତର ହୋଇଛନ୍ତି lଖବର ପାଇ କାମାକ୍ଷାନଗର ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକ ବସରୁ ଯାତ୍ରୀମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଛନ୍ତି l
ଖବର ପାଇ କାମାକ୍ଷାନଗର ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକ ବସରୁ ଯାତ୍ରୀମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଛନ୍ତି l ଅନେକ ଲୋକଙ୍କ ମୁଣ୍ଡ ଫାଟିଯାଇଥିବା ବେଳେ ଅନେକଙ୍କ ଗୋଡ଼, ହାତରେ ଗଭୀର ଆଘାତ ଲାଗିଛି l ତେବେ ପରଜଙ୍ଗରୁ ପଣ୍ଡୁଆ ପୂର୍ତ୍ତବିଭାଗ ରାସ୍ତା କାମ ଚାଲୁଥିବା ବେଳେ ବସଟି ସଟକର୍ଟ ଯୋଗେ କେନାଲ ରାସ୍ତା ଦେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ଜଣା ପଡିଛି l ଏପର୍ଯ୍ୟନ୍ତ ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଗୁରୁତରଙ୍କ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା ପ୍ରକାଶ ପାଇଛି l