ରାଉରକେଲା: ଆଭାସି ଯୋଗେ ରାଉରକେଲା ସ୍ମାର୍ଟସିଟି ଲିମିଟେଡର ନିର୍ଦେଶକମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ମାର୍ଟସିଟି ଅଧୀନରେ ବିଭିନ୍ନ କାମର ବିସ୍ତୃତ ସମୀକ୍ଷା କରାଯାଇଥିଲା। ରାଜ୍ୟ ଉନ୍ନୟନ କମିସନର ଅନୁ ଗର୍ଗ, ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ, ସୁନ୍ଦରଗଡ଼ ଜିଲ୍ଲାପାଳ, ଆର୍ଏମ୍ସି କମିସନରଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଅଧପନ୍ତରିଆ ପ୍ରକଳ୍ପଗୁଡ଼ିକ ଖୁବ୍ଶୀଘ୍ର ଶେଷ ହୋଇ କାର୍ଯ୍ୟକ୍ଷମ ହେବ ବୋଲି କୁହାଯାଇଛି। ହେଲେ ସ୍ମାର୍ଟସିଟିର ପ୍ରକଳ୍ପର କାମଗୁଡ଼ିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସହର ବିଭିନ୍ନ ଦଳର ରାଜନେତା। ସେମାନେ କହିଛନ୍ତି, ବିଭାଗୀୟ ଅଧିକାରୀ ପ୍ରକଳ୍ପ ସଂକ୍ରାନ୍ତରେ ଯାହା କହୁଛନ୍ତି, ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଅଲଗା। ବିଗତ ଦିନରେ ଯେତେଗୁଡ଼ିକ ପ୍ରକଳ୍ପ ହୋଇଛି, ସେଥିରୁ ଅଧିକାଂଶ କାମ ନିମ୍ନମାନର। ଯେଉଁଠି ଅସରାଏ ବର୍ଷାରେ ସହର ଡୁବୁଟୁବୁ ହେଉଛି, ତାହା ସ୍ମାର୍ଟସିଟି କି ନୁହେଁ ସହରବାସୀ କହିଛନ୍ତି।
ଗତ କିଛି ମାସ ତଳେ ଆର୍ଏମ୍ସିର ସମୀକ୍ଷା ବୈଠକରେ ବିଭାଗୀୟ ଅଧିକାରୀ ତିନି ମାସ ମଧ୍ୟରେ ସରିବ ବୋଲି କହିଥିଲେ। ସମୀକ୍ଷା ବୈଠକକୁ ଇତି ମଧ୍ୟରେ ୬ ମାସରୁ ଅଧିକ ସମୟ ବିତିଗଲାଣି, କୋଏଲନଗର ପାର୍କ ସରୁନି। ଏବେ ନିର୍ମାଣ ହେବାକୁ ଥିବା ଷ୍ଟ୍ରମ୍ ୱାଟର ଡ୍ରେନେଜ୍ ସିଷ୍ଟମ, ନୂତନ ବସଷ୍ଟାଣ୍ଡ ଓ ଟିସ୍କୋ ପୋଖରୀର ପୁନରୁଦ୍ଧାର ପ୍ରକଳ୍ପ ହେବାକୁ ଯାଉଛି। ଏଥିସହ ରାଉରକେଲା ସହରରେ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ବିଶ୍ରା ଛକଠାରେ ଥିବା ନୂତନ ବସଷ୍ଟାଣ୍ଡ ଓ ଟିସ୍କୋ ପୋଖରୀର ପୁନରୁଦ୍ଧାର କାର୍ଯ୍ୟ କରାଯିବ ବୋଲି କୁହାଯାଇଛି।
ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ କହିଛନ୍ତି, କାମ ନିର୍ଦ୍ଧାରିତ ସମୟ ମଧ୍ୟରେ ସରିବା କଥା। କାମ ଠିକ୍ ହୋଇ ନଥିବାରୁ ସହରରେ ପାଣି ପଶିଛି। ଏ ସଂକ୍ରାନ୍ତରେ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବି। କଂଗ୍ରେସର ବରିଷ୍ଠ ନେତା ବି.ଏନ୍. ପଟ୍ଟନାୟକ, ବିଜେଡିର ବରିଷ୍ଠ ନେତା ବୀରେନ ସେନାପତି। ସେମିତି ବିଜେପି ରାଜ୍ୟ ମୁଖପାତ୍ର ଧୀରେନ ସେନାପତି ସମସ୍ତ ପ୍ରକଳ୍ପ ବିଜେଡି ସରକାର ସମୟରେ କରାଯାଇଛି। ଅଧପନ୍ତରିଆ କାମଗୁଡ଼ିକୁ ସମ୍ପୂର୍ଣ୍ଣ କରାଯିବ। କାମ ଠିକ୍ ହୋଇଛି ନାହିଁ, ବିଭାଗୀୟ ମନ୍ତ୍ରୀ ତା’ର ସମୀକ୍ଷା କରି ନିଶ୍ଚିତ ଭାବେ ପଦକ୍ଷେପ ନେବେ। ବୀରେନ ସେନାପତି କହିଛନ୍ତି, ସ୍ମାର୍ଟସିଟି ଘୋଷଣାକୁ ଇତି ମଧ୍ୟରେ ୧୦ ବର୍ଷ ହୋଇଗଲାଣି। ଗତ ୪ ଦିନ ତଳେ ଜଳବନ୍ଦି ସହର ବଖାଣିଛି ସ୍ମାର୍ଟସିଟିର କାମ କେମିତି ହୋଇଛି। ସହର ମୌଳିକ ସମସ୍ୟା ଆଦୌ ଗୁରୁତ୍ବ ଦିଆଯାଇ ନାହିଁ। ସ୍ମାର୍ଟସିଟିର ଲକ୍ଷ୍ୟ କ’ଣ ଥିଲା, କ’ଣ ହୋଇଛି, ତା’ ମଧ୍ୟ ସହରବାସୀ ଜାଣିବା ଦରକାର। ସ୍ମାର୍ଟସିଟି ଅବଧି ସରିଲାଣି। ଅଧିକାଂଶ ଅଧିକାରୀଙ୍କୁ ସ୍ଥାନାନ୍ତରିତ କରି ଦିଆଯାଇଛି। ତେଣୁ ସ୍ମାର୍ଟସିଟି ପ୍ରକଳ୍ପର ଅବଧି ଅଛି କି ନାହିଁ, ଅଧିକାରୀ ସ୍ପଷ୍ଟ କରିବା ଦରକାର। ସ୍ମାର୍ଟସିଟି ହେବାଦିନଠୁ କେତେଥର ନିର୍ଦେଶକମଣ୍ଡଳୀ ବୈଠକ ବସିଛି, ତାହା କେହି ଜାଣନ୍ତି ନାହିଁ। ବି.ଏନ୍. ପଟ୍ଟନାୟକ କହିଛନ୍ତି, ରାଉରକେଲା ୱାନ୍ ୫ ବର୍ଷ ଧରି କାମ ଚାଲିଛି ସରୁନି। ବର୍ଷା ହେଲେ ପାଣି ଗଳୁଛି। ସେହି ସମାନ ସ୍ଥିତି କୋଏଲନଗର ନିର୍ମାଣାଧୀନ ବିଗ୍ ରିକ୍ରିଏସନାଲ ପାର୍କ ପ୍ରକଳ୍ପ। ସରକାର ବଦଳିବା ପରେ କାମ ଅଟକିଯିବା ପରି ମନେ ହେଉଛି। ଅର୍ଥର ସଠିକ୍ ବିନିଯୋଗ ହୋଇନାହିଁ। ଯାହାର ସଠିକ୍ ଯାଞ୍ଚ ହେବାର ଆବଶ୍ୟକତା ରହିଛି। ଅନ୍ୟପଟେ ୧୪୬.୫୫ କୋଟିରୁ ଅଧିକ ଟଙ୍କାରେ ବିର୍ସା ମୁଣ୍ଡା ଷ୍ଟାଡିୟମ ପୁନରୁଦ୍ଧାର କାର୍ଯ୍ୟ ହୋଇଛି। ସେଠି ମଧ୍ୟ ମଲ୍ଟି କାର୍ ପାର୍କିଂ ନିର୍ମାଣ ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଥିଲେ। ତା’ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେଲାନି। ହନୁମାନବାଟିକା ଛକରୁ ଟ୍ରାଫିକ ଛକ୍ ପର୍ଯ୍ୟନ୍ତ ୧୭.୯୩ କୋଟି ଟଙ୍କା ବ୍ୟୟରେ ରାସ୍ତା ସୌନ୍ଦର୍ଯ୍ୟକରଣ କାମ କେମିତି ହୋଇଛି, ତା’ ସମେସ୍ତ ଭଲଭାବେ ଜାଣିଛନ୍ତି। ସହରର ପ୍ରବେଶ ପଥ ପାନପୋଷରେ ୫୦.୫୯ କୋଟି ଟଙ୍କା ବ୍ୟୟରେ ମାର୍କେଟ କମ୍ପ୍ଲେକ୍ସରେ ବର୍ଷା ହେଲେ କିଛି ସ୍ଥାନରେ ପାଣିଗଳୁଥିବା ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି। କୋଏଲ ନଗରଠାରେ ନିର୍ମାଣାଧୀନ ବିଗ୍ ରିକ୍ରିଏସନାଲ ପାର୍କ ପ୍ରକଳ୍ପ କଥା ନ କହିବା ଭଲ। ବର୍ଷ ବର୍ଷ ଧରି ଚାଲିଛି କାମ ସରୁନି।
ଗତ କିଛି ମାସ ତଳେ ଆର୍ଏମ୍ସିର ସମୀକ୍ଷା ବୈଠକରେ ବିଭାଗୀୟ ଅଧିକାରୀ ତିନି ମାସ ମଧ୍ୟରେ ସରିବ ବୋଲି କହିଥିଲେ। ସମୀକ୍ଷା ବୈଠକକୁ ଇତି ମଧ୍ୟରେ ୬ ମାସରୁ ଅଧିକ ସମୟ ବିତିଗଲାଣି, କୋଏଲନଗର ପାର୍କ ସରୁନି। ଏବେ ନିର୍ମାଣ ହେବାକୁ ଥିବା ଷ୍ଟ୍ରମ୍ ୱାଟର ଡ୍ରେନେଜ୍ ସିଷ୍ଟମ, ନୂତନ ବସଷ୍ଟାଣ୍ଡ ଓ ଟିସ୍କୋ ପୋଖରୀର ପୁନରୁଦ୍ଧାର ପ୍ରକଳ୍ପ ହେବାକୁ ଯାଉଛି। ଏଥିସହ ରାଉରକେଲା ସହରରେ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ବିଶ୍ରା ଛକଠାରେ ଥିବା ନୂତନ ବସଷ୍ଟାଣ୍ଡ ଓ ଟିସ୍କୋ ପୋଖରୀର ପୁନରୁଦ୍ଧାର କାର୍ଯ୍ୟ କରାଯିବ ବୋଲି କୁହାଯାଇଛି।