କାଲିମେଳା: ମୋଟୁ ବନ ବିଭାଗ ଦ୍ୱାରା ୫୦୦ରୁ ଅଧିକ ଜୀବନ୍ତ କଇଁଛ ଜବତ ହୋଇଛି। ଆନ୍ଧ୍ର- ଓଡ଼ିଶା ସୀମାନ୍ତ ମୋଟୁ ତନଖି ଫାଟକ ନିକଟରେ ଆଜି ସକାଳୁ ଧରିଛି ମୋଟୁ ବନ ବିଭାଗ।
ଆନ୍ଧ୍ରରୁ ମାଲକାନଗିରି ଜିଲ୍ଲାକୁ ଦୁଇଟି ପିକ ଅପ ଗାଡ଼ିରେ କଇଁଛ ଚୋରା ଚାଲାଣ ହେଉଥିବା ବେଳେ ମାଡ଼ି ବସିଲା ମୋଟୁ ବନ ବିଭାଗ।ଦୁଇଟି ପିକ ଅପ ଗାଡ଼ିରେ ୫୦୦ରୁ ଅଧିକା ଜୀବନ୍ତ କଇଁଛ ଥିବାର ଦେଖିବାକୁ ମିଳିଛି। ଏହି ଚୋରା ଚାଲାଣରେ ସମ୍ପୃକ୍ତ  ୪ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ମୋଟୁ ବନ ବିଭାଗ। ଜବତ କଇଁଛର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରା ଯାଉଛି।

Advertisment

 ମାଲକାନଗିରି ଜିଲ୍ଲାରେ କଇଁଛ ମାଂସର ଚାହିଦା ଅଧିକ ରହୁଥିବାରୁ ଆନ୍ଧ୍ରର କାକିନାଡ଼ା ଅଂଚଳରୁ ମାଲକାନଗିରି ଜିଲ୍ଲାକୁ ରୀତିମତ କଇଁଛ ଚୋରା ଚାଲାଣ ହେଇ ଆସୁଛି।