କର୍ତ୍ତାରପୁର କରିଡର ସଂପର୍କରେ ଭାରତ-ପାକିସ୍ତାନ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସହମତି, ପ୍ରତିଦିନ ୫ ହଜାରରୁ ଅଧିକ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ

ଲାହୋର : ପାକିସ୍ତାନରେ ଥିବା ଶିଖ ଧର୍ମର ପ୍ରସିଦ୍ଧ ତୀର୍ଥକ୍ଷେତ୍ର କର୍ତ୍ତାରପୁର ସାହେବ ଗୁରୁଦ୍ୱାର ପ୍ରସଙ୍ଗରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପାକିସ୍ତାନ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଏହି ଗୁରୁଦ୍ୱାରକୁ ପ୍ରତିଦିନ ୫ ହଜାରରୁ ଅଧିକ ଶ୍ରଦ୍ଧାଳୁ ଆସିପାରିବେ ।

ଏହି ଯାତ୍ରା ସମୟରେ ଶ୍ରଦ୍ଧାଳୁମାନଙ୍କୁ ମାଗଣାରେ ନେବାଆଣିବା, ମାଗଣା ଲଙ୍ଗର ଓ ଚିକିତ୍ସା ସେବା ଯୋଗାଇଦିଆଯିବ । ଗୁରୁଦ୍ୱାରରେ ପ୍ରବେଶ କରିବାପୂର୍ବରୁ ଯାତ୍ରୀମାନଙ୍କଠାରୁ ପାସପୋର୍ଟ ସଂଗ୍ରହ କରାଯିବ ଓ ଫେରିବା ବେଳେ ସେମାନେ ନିଜର ପାସପୋର୍ଟ ଫେରସ୍ତ ପାଇବେ । ଗତକାଲି ଖବର ଆସିଥିଲା ଯେ ପାକିସ୍ତାନ ପ୍ରତି ଯାତ୍ରୀଙ୍କଠାରୁ ୨୦ ଡଲାର ଲେଖାଏଁ ଆଦାୟ କରିବ ।

କର୍ତ୍ତାରପୁର ସାହେବ ଗୁରୁଦ୍ୱାର ଭାରତର ପଂଜାବ ପ୍ରଦେଶ ସ୍ଥିତ ଗୁରୁଦାସପୁର ଠାରୁ ମାତ୍ର ୪ କିମି ଦୂରରେ ସୀମା ସେପଟେ ଅବସ୍ଥିତ । ଶିଖ ଧର୍ମର ପ୍ରତିଷ୍ଠାତା ଗୁରୁନାନକ ୧୫୩୯ରେ ନିଜର ଅନ୍ତିମ ସମୟ ଏହିଠାରେ କଟାଇଥିଲେ ।

ସମ୍ବନ୍ଧିତ ଖବର