ସୋର: ଗୋଟିଏ କୁକୁର କାମୁଡ଼ାରେ ୬ରୁ ଅଧିକ ଲୋକ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆଜି ସକାଳେ ଆଙ୍ଗୁଳା ଗ୍ରାମର ଯୋଗେନ୍ଦ୍ର ଭୋଳ ବାଗୁଡି ବଜାରକୁ ଦୋକାନ ଖୋଲିବାକୁ ଯାଇଥିବା ବେଳେ ଏକ ପାଗଳା କୁକୁର ତାଙ୍କ ଗୋଡ଼କୁ କାମୁଡି ରକ୍ତାକ୍ତ କରିଥିଲା।
ମହୁମୁହାଣ ଗ୍ରାମର ସଂକୁନ୍ତଳା ରଣା କାମ କରିବାକୁ ଯାଉଥିବା ବେଳେ ବାଗୁଡି ଛକ ନିକଟରେ କୁକୁରଟି ଆକ୍ରମଣ କରିଥିଲା। ଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ। ସେହିପରି ଯୁଡ଼ାମ୍ବ ଗ୍ରାମର ଜଗବନ୍ଧୁ ମଳିକ , ବାସନ୍ତୀ ମଳିକ, ଲକ୍ଷ୍ମୀ ମହାରଣା ଓ ମାଳତୀ ସିଂଙ୍କୁ ଉକ୍ତ କୁକୁରଟି ଆକ୍ରମଣ କରିବାରୁ ସମସ୍ତେ ରକ୍ତାକ୍ତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।
ସେହିପରି ମହୁମୁହାଣ ଗ୍ରାମର ସଂକୁନ୍ତଳା ରଣା କାମ କରିବାକୁ ଯାଉଥିବା ବେଳେ ବାଗୁଡି ଛକ ନିକଟରେ କୁକୁରଟି ଆକ୍ରମଣ କରିଥିଲା। ଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ। ସେହିପରି ଯୁଡ଼ାମ୍ବ ଗ୍ରାମର ଜଗବନ୍ଧୁ ମଳିକ , ବାସନ୍ତୀ ମଳିକ, ଲକ୍ଷ୍ମୀ ମହାରଣା ଓ ମାଳତୀ ସିଂଙ୍କୁ ଉକ୍ତ କୁକୁରଟି ଆକ୍ରମଣ କରିବାରୁ ସମସ୍ତେ ରକ୍ତାକ୍ତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତେବେ କୁକୁର କାମୁଡ଼ାରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/post_attachments/wp-content/uploads/2023/08/Soro-CHC.jpg)