ଝାରସୁଗୁଡ଼ା: ସମ୍ବଲପୁରରୁ ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ୍ େଓ୍ଵ-୧୦ରେ ରବିବାର ସନ୍ଧ୍ୟାରେ ଦ୍ରୁତ ଗିରେ ଯାଉଥିବା ଏକ କାର ଧକ୍କା ଦେବାରୁ ମା’ ଓ ବଡ଼ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଓ ସାନ ପୁଅ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟା ୫ଟା ୩୦ରେ ଈଶ୍ୱର ବୁଡ଼ା ନିଜ ସ୍ତ୍ରୀ ସୁଜାତ ଓ ୨ ପୁଅଙ୍କ ସହିତ ଝାରସୁଗଡ଼ା ସହରକୁ ବ୍ୟକ୍ତିଗତ କାମରେ ବାହାରିଥିବା ବେଳେ ବଡ଼ମାଳ ଥାନା ଅନ୍ତର୍ଗତ ବିଜୁ ପଟ୍ଟନାୟକ ଛକରେ ଏକ କାର ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ସୁଜାତା ବୁଡ଼ା(୨୬) ଓ ପୁଅ ସୁରଜଙ୍କ ମୃତ୍ୟୁ ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଈଶ୍ୱର ନିଜର ସାନ ପୁଅ ସହିତ ଟିକିଏ ଆଗରେ ଥିବାରୁ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। ବୁଡ଼ା ପରିବାରର ୪ ଜଣ ସଦସ୍ୟ ରାସ୍ତା ଆରପଟକୁ ଯାଇ ଅଟୋରେ ବସିବା ପୂର୍ବରୁ ଦୁର୍ଘଟଣାର ଶିକାର ହୋଇଥିଲେ। ସୂଚନା ପାଇ ଝାରସୁଗୁଡ଼ା ଏସଡିପିଓ କୈଳାଶ ଆଚାର୍ଯ୍ୟ ଓ ଆଇଆଇସି ଅମିତାଭ ପଣ୍ଡା ଘଟଣାସ୍ଥଳକୁ ପହଞ୍ଚିଛନ୍ତି। କିନ୍ତୁ ତା’ ପୂର୍ବରୁ ସ୍ଥାନୀୟ ଲୋକେ ରାସ୍ତାରୋକ କରି ଉତ୍ତେଜନା ସୃଷ୍ଟି କରିଥିଲେ। ପୁଲିସ ଦୁର୍ଘଟଣା କରିଥିବା କାର(ଜିଜେ ୦୬ଜେଡି ୬୧୦୪)କୁ ଅଟକ ରଖି ଚାଳକଙ୍କୁ ଘଟଣା ସଂପର୍କରେ ପଚରାଉଚରା କରୁଛି।