ଧୋନିଙ୍କ ନାମରେ ଟିକେଟ ବିକୁଛି କ୍ରିକେଟ ଆର୍ୟରଲାଣ୍ଡ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ନିକଟରେ ଚେନ୍ନାଇ ସୁପର କିଙ୍ଗସ୍‌କୁ ତୃତୀୟ ଥର ଆଇପିଏଲରେ ଚମ୍ପିଅନ୍‌ କରାଇଛନ୍ତି। ସେ ଏବେ ଆରାମ କରୁଛନ୍ତି। ଏହା ପରେ ଧୋନି ଆର୍ୟରଲାଣ୍ଡ ବିରୋଧରେ ଟି-୨୦ ଶୃଙ୍ଖଳାରେ କ୍ରିକେଟ ପଡିଆକୁ ଓହ୍ଲାଇବେ।

ଆର୍ୟରଲାଣ୍ଡ ଗସ୍ତରେ ଟିମ୍‌ ଇଣ୍ଡିଆ ୨ଟି ଟି-୨୦ ମ୍ୟାଚ ଖେଳିବ। ଏହି ୨ଟି ମ୍ୟାଚ ମଲାହାଇଡରେ ଜୁନ ୨୭ ଓ ୨୯ରେ ଖେଳାଯିବ। ଟିମ୍‌ ଇଣ୍ଡିଆର ଇଂଲଣ୍ଡ ଗସ୍ତ ଟି-୨୦ ଶୃଙ୍ଖଳାରୁ ଆରମ୍ଭ ହେବ।

ଏହି ଗସ୍ତ ପୂର୍ବରୁ ଧୋନିଙ୍କୁ ନେଇ ଆର୍ୟରଲାଣ୍ଡ ଉତ୍ସାହିତ ଅଛି। କ୍ରିକେଟ ଆର୍ୟରଲାଣ୍ଡ ଦର୍ଶକଙ୍କୁ ଆକର୍ଷିତ ଓ ଟିକେଟ ବିକ୍ରୀ କରିବା ପାଇଁ ମହେନ୍ଦ୍ର ସିଂହ ଧୋନିଙ୍କ ଫଟୋକୁ ନିଜର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଟୁଇଟ୍‌ କରି ଲେଖିଛି, ଏମ୍‌ଏସ୍‌ ଧୋନି ଆସୁଛନ୍ତି ଓ ଆପଣ ତାଙ୍କୁ ୨୦୧୮ ଜୁନ ୨୭ରେ ମଲାହାଇଡରେ ଦେଖିବେ।

 

ଧୋନିଙ୍କ କଥା କହିବା ଯଦି ଆଇପିଏଲ ୨୦୧୮ ଚମ୍ପିଅନ ହେବା ପରେ ମହେନ୍ଦ୍ର ସିଂହ ଧୋନି କ୍ରିକେଟ ଠାରୁ ନିଜକୁ ଦୂରରେ ରଖି ଆରାମ କରୁଛନ୍ତି। ଧୋନି ଆଇପିଏଲ-୧୧ରେ ୧୬ଟି ମ୍ୟାଚରୁ ୭୫.୮୩ ହାରରେ ୪୫୫ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ୩ଟି ଅର୍ଦ୍ଧଶତକ ସାମିଲ ଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ଧୋନି ୩୦ଟି ଛକା ଓ ୨୪ଟି ଚୌକା ମାରିଥିଲେ।

ସମ୍ବନ୍ଧିତ ଖବର