ଏମ୍‌ଏସ୍‌ ଧୋନିଙ୍କୁ ପ୍ରଶଂସାରେ ପୋତି ପକାଇଲେ ବିରାଟ କୋହଲି

ମଞ୍ଚେଷ୍ଟର:ଗୁରୁବାର ଦିନ ଇଂଲଣ୍ଡର ମଞ୍ଚେଷ୍ଟର ଷ୍ଟାଡିୟମ୍‌ରେ ଖେଳାଯାଇଥିବା ୩୪ ତମ ଓ୍ଵାର୍ଲ୍ଡକପ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ ଦଳ ଓ୍ଵଷ୍ଟଇଣ୍ଡିଜ୍‌କୁ ୧୨୫ ରନ୍‌ରେ ପରାସ୍ତ କରିଛି।ଏହି ମ୍ୟାଚ୍‌ରେ ଅଧିନାୟକ ବିରାଟ କୋହଲି ୭୨ ରନ୍‌ ( ୮୨ ବଲ୍‌ )କରି ‘ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌’ହୋଇଛନ୍ତି। ହେଲେଏହି ମ୍ୟାଚ୍‌ରେ ବିଜୟର ଟିକା ପିନ୍ଧିବା ପରେ ଅଧିନାୟକ ବିରାଟ କୋହଲି ତାଙ୍କ ବିରାଟ ହୃଦୟର ପରିଚୟ ପ୍ରଦାନ କରିଛନ୍ତି, କାରଣ ସେ ଏନେଇ ତାଙ୍କର ସମସ୍ତ ଶ୍ରେୟ କ୍ୟାପ୍‌ଟେନ୍‌ କୁଲ୍‌ ଏମ୍‌ .ଏସ୍‌ ଧୋନିଙ୍କୁ ଦେଇଛନ୍ତି।

photo- cricwizz

ଏହାସହିତ ଧୋନିଙ୍କୁ ସେ ଖେଳର କିମ୍ବଦନ୍ତୀ ପୁରୁଷ ବୋଲି ମଧ୍ୟ ଦର୍ଶାଇଛନ୍ତି।ଏତଦ୍‌ବ୍ୟତୀତ ପ୍ରତିକୂଳ ପରିସ୍ଥିତିରେ ଦଳ ପାଇଁ କ’ଣ କରାଯିବା ଉଚିତ୍‌ ତାହା ଧୋନିଙ୍କୁ ବେଶ୍‌ ଭଲ ଭାବେ ଜଣା ବୋଲି କହିଛନ୍ତି ଅଧିନାୟକ ବିରାଟ।ଏହାସାଂଗକୁ ଧୋନି ବହୁତ ଅନୁଭବୀ ଖେଳାଳୀ ଓ ଦଳରେ ତାଙ୍କର ଉପସ୍ଥିତି ଯୋଗୁଁ ଭାରତୀୟ ଦଳ ବେଶ୍‌ ମଜଭୁତ୍‌ ହୋଇଛି କହି ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ବିରାଟ।

ସମ୍ବନ୍ଧିତ ଖବର