ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ବୈଠକରେ ୨୦୨୫-୨୬ ବିପଣନ ଋତୁ ପାଇଁ ରବି ଫସଲ ଲାଗି ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସପି) ବୃଦ୍ଧିକୁ ଅନୁମୋଦନ କରାଯାଇଛି। କୃଷକମାନଙ୍କୁ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପ୍ରଦାନ ସୁନିଶ୍ଚିତ କରିବା ପାଇଁ ସରକାର ୨୦୨୫-୨୬ ବିପଣନ ଋତୁ ପାଇଁ ରବି ଫସଲର ଏମଏସପି ବଢ଼ାଇଛନ୍ତି ।

Advertisment

କଳା ଓ ଧଳା ସୋରିଷ ପାଇଁ ଏମଏସପିରେ ସର୍ବାଧିକ କ୍ୱିଣ୍ଟାଲ ପିଛା ୩୦୦ ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ମସୁର ଏମଏସପି କ୍ୱିଣ୍ଟାଲ ପିଛା ୨୭୫ ଟଙ୍କା ବୃଦ୍ଧି ଘୋଷଣା କରାଯାଇଛି । ଚଣା, ଗହମ, କୁସୁମ ଓ ଯଅ ପାଇଁ କ୍ୱିଣ୍ଟାଲ ପିଛା ଏମଏସପି ଯଥାକ୍ରମେ ୨୧୦ ଟଙ୍କା, ୧୫୦ ଟଙ୍କା, ୧୪୦ ଟଙ୍କା ଓ ୧୩୦ ଟଙ୍କା ବୃଦ୍ଧି କରାଯାଇଛି ।

ମିଳିଥିବା ସୂଚନା ମୁତାବକ ପୂର୍ବରୁ ଗହମର ଏମଏସପି କୁଇଣ୍ଟାଲ ପିଛା ୨୨୭୫ ଟଙ୍କା ଥିଲା, ସେହିପରି ଯଅର ଏମଏସପି କୁଇଣ୍ଟାଲ ପିଛା ୧୮୫୦ ଟଙ୍କା ଥିଲା, ଚଣାର ଏମଏସପି କୁଇଣ୍ଟାଲ ପିଛା ୫୪୪୦ ଟଙ୍କା ଥିଲା | ମସୁର ଡାଲିର ଏମଏସପି ପୂର୍ବରୁ କ୍ୱିଣ୍ଟାଲ ପିଛା ୬୪୨୫ ଟଙ୍କା ଥିଲା | ସୋରିଷର ଏମଏସପି କୁଇଣ୍ଟାଲ ପିଛା ପୂର୍ବରୁ ୫୬୫୦ ଟଙ୍କା ଥିଲା | ସୂର୍ଯ୍ୟମୁଖୀର ଏମଏସପି ପୂର୍ବରୁ ୫୮୦୦ ଟଙ୍କା ଥିଲା |