ନବରଙ୍ଗପୁର: ପୁଣି ଚର୍ଚ୍ଚାରେ ବିଜୁ ଜନତା ଦଳ । ବିଜେଡ଼ି ସଂଖ୍ୟା ଲଘୁ ସାଉଥ୍ ଜୋନର ସଂଯୋଜକ ପଦରୁ ରାଜ୍ୟସଭା ସାଂସଦ ମୁନା ଖାଁ ଇସ୍ତଫା ନେଇ ଚର୍ଚ୍ଚା ଜୋର ଧରିଛି। ସେ ନବୀନ ନିବାସରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ନିଜର ଇସ୍ତଫା ଦେଇଥିବା କୁହାଯାଉଛି । ନବରଙ୍ଗପୁରରେ ଏ ନେଇ ଭିଡିଓ ଗୁଡିକ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ ହେଉଛି। ସେ କାହିଁକି ଇସ୍ତଫା ଦେଲେ ତାହାକୁ ନେଇ ସ୍ଥାନୀୟ ବିଜେଡି ନେତା ମହଲରେ ଚର୍ଚ୍ଚା ଜୋର ଧରିଛି।
ଗତ ୫ ତାରିଖରେ ଗଠନ ହୋଇଥିଲା ସଂଖ୍ୟାଲଘୁ ସଂପ୍ରଦାୟ କମିଟି। ଦିଲ୍ଲୀପ ତିର୍କୀଙ୍କୁ ସଂଖ୍ୟାଲଘୁ କମିଟିର ଆବାହକ ଦାୟିତ୍ୱ ଦିଆଯାଇଛି । ତେବେ ଏ ନେଇ ମୁନା ଖାଁ କିମ୍ବା ଦଳ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ । ୱାକଫ୍ ବିଲ୍ ପ୍ରସଙ୍ଗରେ ସ୍ୱର ଉତ୍ତୋଳନ କରି ବେଶ ଚର୍ଚ୍ଚାକୁ ଆସିଥିଲେ ମୁନ୍ନା। ଏବେ ସଂଖ୍ୟାଲଘୁ ସଂପ୍ରଦାୟ କମିଟିରୁ ଇସ୍ତଫା ଦେଇଥିବା ନେଇ ପୁଣି ଚର୍ଚ୍ଚା ଆସିଛନ୍ତି ମୁନ୍ନା ।
ସୂଚନାଯୋଗ୍ୟ, ପୂର୍ବରୁ ବିଜେଡ଼ି ସଂଖ୍ୟାଲଘୁ ସେଲର ଅଧ୍ୟକ୍ଷ ଥିଲେ ସାଂସଦ ମୁନା ଖାଁ। କିନ୍ତୁ ଦିଲ୍ଲୀପ ତିର୍କୀଙ୍କୁ ସଂଖ୍ୟା ଲଘୁ ସେଲର ଆବାହକ ଭାବରେ ନିଯୁକ୍ତ କରାଯାଇଥିଲା ଏବଂ ତାଙ୍କ ସାଉଥଜୋନର ସଂଯୋଜକ ଭାବେ ନିଯୁକ୍ତ କରାଯାଇଥିଲା । ଏହାକୁ ନେଇ ମୁନା ଖାଁ ଅସନ୍ତୋଷ ଥିବା ଚର୍ଚ୍ଚା ହେଉଥିଲା । ତେବେ ତାଙ୍କ ନିକଟତମ ମହଲରୁ ମିଳିଥିବା ସୂଚନା ମୂତାବକ ସେ ଇସ୍ତଫା ଦେଇଛନ୍ତି। ତେବେ ସେ ଇସ୍ତଫା ଦେଇଥିବା ଭିଡିଓ ଖୁବ ଭାଇରାଲ ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/05/15/icUaAk2sfmxXO20Uq831.jpeg)