ଭୁବନ: ସାତ ବର୍ଷ ପୂର୍ବେ ପ୍ରେମକରି ବିବାହ କରିଥିଲେ ସାତ ଜନ୍ମ ପାଇଁ । କିନ୍ତୁ ଆଜି ମିଳିଲା ଘରୁ ଝୁଲୁଥିବା ମୃତଦେହ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି ଭୁବନ ଥାନା ଅନ୍ତର୍ଗତ ଆଦିପୁରା ଗ୍ରାମରେ ।
ଗ୍ରାମର ସ୍ବର୍ଗତ ରାମଚନ୍ଦ୍ର ସାହୁଙ୍କ ମଝିଆଁ ପୁଅ ସତ୍ୟରଞ୍ଜନ ସାହୁ ସାତବର୍ଷ ପୂର୍ବେ ବନିତା ବେହେରାଙ୍କୁ ପ୍ରେମବିବାହ କରିଥିଲେ। ଉଭୟ ବନିତା ଓ ସତ୍ୟ ଢେଙ୍କାନାଳରେ ଗୋଟିଏ ମଲରେ ସେଲସ୍ ସେଣ୍ଟରରେ କାମ କରୁଥିଲେ। ଅଲଗା ଜାତିର ହୋଇଥିବାରୁ ବନ୍ଧୁ ସଂପର୍କ ରହିଲା ନାହିଁ। କିନ୍ତୁ ଏହାରି ଭିତରେ ତାଙ୍କର ଏକ ପାଞ୍ଚ ବର୍ଷର ଝିଅଟିଏ ଥିଲା । ସତ୍ୟରଞ୍ଜନ ବାହାରେ ରହି କାମକରୁଥିଲେ । ବନିତା ଅନ୍ୟ ଜାତିର ହୋଇଥିବାରୁ ଶାଶୁ, ଦିଅର ଓ ନଣଦ ଅକଥନୀୟ ନିର୍ଯାତନା ଦେଇଆସୁଥିଲେ ।
ଗତକାଲି ରାତି ପ୍ରାୟ ଏକ ଘଟିକା ସମୟରେ ସ୍ବାମୀ ସତ୍ୟରଞ୍ଜନ ଝିଅ ଘରକୁ ଖବର ଦେଇଥିଲେ ଯେ ତୁମ ଝିଅ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି । ସକାଳେ ଝିଅଘର ଲୋକେ ପହଞ୍ଚି ଦେଖିଲେ ଯେ ଝିଅକୁ ତଳେ ଶୁଆଇ ଦିଆଯାଇଥିଲା । ଏଥିପାଇଁ ସନ୍ଦେହ ହେବାରୁ ଶାଶୁ, ଦିଅର ଓ ନଣନ୍ଦ ହତ୍ୟାକରି ଟାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ଝିଅଘର ଲୋକେ । ଖବର ପାଇ ଘଟଣାସ୍ଥଳରେ ଭୁବନ ପୁଲିସ ପହଞ୍ଚି ଶବକୁ ଜବତ କରି ଛାନଭିନ ଚଳାଇଛି । ଘଟଣାସ୍ଥଳକୁ ସାଇଣ୍ଟିଫିକ ଟିମ୍ ଆସିଥିବାର ସୂଚନା ମିଳିଛି ।