ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନାଠାରୁ ମାତ୍ର ୫୦ ମିଟର ଦୂର ପୂର୍ତ୍ତ ବିଭାଗ ଅଫିସରେ କାର୍ଯ୍ୟରତ ୪ର୍ଥ ଶ୍ରେଣୀ କର୍ମଚାରୀ ମଙ୍ଗୁଲୁ କିସାନ (୫୮)ଙ୍କୁ କଟୁରିରେ ହାଣି ହତ୍ୟା କରାଯାଇଛି। ପୁଲିସ ଅଭିଯୁକ୍ତ ଝ‌ାଡ଼ଖଣ୍ଡ ତୋତୋ ଗ୍ରାମର ଶୁକ୍ରାମ ଓରାମ (୩୦)କୁ ଗିରଫ କରିଛି। ଏହି ଘଟଣା ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

Advertisment

ଗତକାଲି ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଶୁକ୍ରାମ କୌଶଳକ୍ରମେ ନିକଟସ୍ଥ ଏକ ଫଳଦୋକାନରୁ ଏକ କଟୁରୀ ଆଣି ନିଜ ପାଖରେ ରଖିଥିଲା। ପ୍ରତିଦିନ ପରି ମଙ୍ଗୁଳୁ ଅଫିସକୁ ଆସି କାମ କରୁଥିଲେ। ସେହି ସମୟରେ ପୂର୍ତ୍ତ ବିଭାଗ ଡାକବଙ୍ଗଳା ପାଖରେ ବସିଥିବା ଶୁକ୍ରାମ ସହିତ କୌଣସି କାରଣରୁ ବଚସା ହୋଇଥିଲା। ସେହି ଘଟଣାରେ ଶୁକ୍ରାମ କଟୁରୀରେ ମଙ୍ଗୁଳୁଙ୍କ ବେକକୁ ହାଣି ପକାଇଥିଲା। ଘଟଣାସ୍ଥଳରେ ହିଁ ମଙ୍ଗୁଳୁଙ୍କ ମୃତ୍ୟୁ ଘଟିଥିଲା।

ଘଟଣାରୁ ପ୍ରକାଶ ଯେ, ଶୁକ୍ରାମ ଗତ ଦୁଇଦିନ ହେଲା ଗାଁରୁ ଆସି ରାଜଗାଙ୍ଗପୁର ବସଷ୍ଟାଣ୍ଡ‌ରେ ବୁଲୁଥିବା ଲୋକେ ଦେଖିଥିଲେ। ତାର ମାନସିକ ବିକୃତି ଥିବା ଲୋକେ କହୁଛନ୍ତି। ଗତକାଲି ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଶୁକ୍ରାମ କୌଶଳକ୍ରମେ ନିକଟସ୍ଥ ଏକ ଫଳଦୋକାନରୁ ଏକ କଟୁରୀ ଆଣି ନିଜ ପାଖରେ ରଖିଥିଲା। ପ୍ରତିଦିନ ପରି ମଙ୍ଗୁଳୁ ଅଫିସକୁ ଆସି କାମ କରୁଥିଲେ। ସେହି ସମୟରେ ପୂର୍ତ୍ତ ବିଭାଗ ଡାକବଙ୍ଗଳା ପାଖରେ ବସିଥିବା ଶୁକ୍ରାମ ସହିତ କୌଣସି କାରଣରୁ ବଚସା ହୋଇଥିଲା। ସେହି ଘଟଣାରେ ଶୁକ୍ରାମ କଟୁରୀରେ ମଙ୍ଗୁଳୁଙ୍କ ବେକକୁ ହାଣି ପକାଇଥିଲା। ଘଟଣାସ୍ଥଳରେ ହିଁ ମଙ୍ଗୁଳୁଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇଁ ରାଜଗାଙ୍ଗପୁର ଥାନା ଅଧିକାରୀ ବିଜୟ  ଦାଶ, ସବ୍ଇନସପେକ୍ଟର ଦମୟନ୍ତୀ ମହାନ୍ତ, ପ୍ରଜ୍ଞାପ୍ରୀତମ ଜେନା, ଝରଣା ସ୍ବାଇଁ, ରାଜେଶ ସେଠୀ, ସହକାରୀ ସବ୍ଇନ୍ସପେକ୍ଟର, ପ୍ରଶାନ୍ତ ସେନାପତି, ଟି ନାଗଶ୍ବେର ରାଓ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ଅଭିଯୁକ୍ତକୁ ଗୋଡ଼ାଇ ଗୋଡ଼ାଇ କାବୁ କରିଥିଲା। ପୁଲିସ ସୁନ୍ଦରଗଡ଼ରୁ ସାଇଣ୍ଟିଫିକ୍‌ ଟିମ୍‌ ଡକାଇ ତଦନ୍ତ ଚଳାଇଛି।