ବାରିପଦା: ମୟୂରଭଞ୍ଜ ବାଙ୍ଘଢିଅ ହତ୍ୟାକାଣ୍ଡରେ ଆଜି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଜିଲ୍ଲା ଦୌରାଜଜ୍ ଅରବିନ୍ଦ ପଟ୍ଟନାୟକ। ଏହି ମାମଲାର ଶୁଣାଣି କରି ଅଭିଯୁକ୍ତ କନା ଓରଫ କୁଆର କରୁଣା ହାଂସଦାଙ୍କୁ ଆଜୀବନ ଦଣ୍ଡାଦେଶ ସହ ୫ ହଜାର ଟଙ୍କାର ଜରିମାନା କରିଛନ୍ତି। ଅଦାନେୟ ହେଲେ ଅଧିକ ୬ ମାସ ଦଣ୍ଡ ଭୋଗିବାକୁ ଶ୍ରୀ ପଟ୍ଟନାୟକ ଦଣ୍ଡ ଶୁଣାଇଛନ୍ତି।
ବାଙ୍ଘଢିଅ ହତ୍ୟାକାଣ୍ଡରେ ଆଜି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଜିଲ୍ଲା ଦୌରାଜଜ୍ ଅରବିନ୍ଦ ପଟ୍ଟନାୟକ। ଏହି ମାମଲାର ଶୁଣାଣି କରି ଅଭିଯୁକ୍ତ କନା ଓରଫ କୁଆର କରୁଣା ହାଂସଦାଙ୍କୁ ଆଜୀବନ ଦଣ୍ଡାଦେଶ ସହ ୫ ହଜାର ଟଙ୍କାର ଜରିମାନା କରିଛନ୍ତି।
ମାମଲାର ବିବରଣୀରୁ ଜଣାଯାଏ ଯେ, ୨୦୨୧ ମସିହା ଜାନୁଆରି ୨୪ ତାରିଖରେ ଘରେ ଗୋପାଳ ହାସଂଦା ରହିଥିବାବେଳେ କନା ହାଂସଦା ଓ ଫୁଲ ହାଂସଦା ପ୍ରାଣାନ୍ତକ ଆକ୍ରମଣ କରିଥିଲା।, ସେଠାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ଖୁଣ୍ଟା ଥାନାରେ ଗୋପାଳଙ୍କ ପତ୍ନୀ ମାୟା ହାଂସଦା ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ସମସ୍ତ ସାକ୍ଷ୍ୟପ୍ରମାଣକୁ ଭିତ୍ତି କରି ଜିଲ୍ଲା ଦୌରାଜଜ୍ ଆଜି କୋନାଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇବା ସହ ମାୟାଙ୍କୁ ନ୍ୟାୟ ଦେଇଛନ୍ତି। ଏହି ମାମଲାକୁ ସରକାରୀ ଓକିଲ ସସ୍ମିତା ମହାପାତ୍ର ପରିଚାଳନା କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)