କଲମ୍ବୋ : ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ରବିବାର ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍କୁ ନେଇ ଉତ୍କଣ୍ଠା ବଢିବାରେ ଲାଗିଛି। ତେବେ କଲମ୍ବୋର ଆର୍.ପ୍ରେମଦାସା ଷ୍ଟାଡିୟମ୍ର ପିଚ୍ କିପରି ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଶୁକ୍ରବାର ଏହି ଷ୍ଟାଡିୟମ୍ରେ ଅଷ୍ଟ୍ରେଲିଆ-ଜିମ୍ବାଓ୍ବେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଅଷ୍ଟ୍ରେଲିଆ ହାରିଯାଇଥିଲା। ଏହି ମ୍ୟାଚ୍ ପରେ ଗ୍ରାଉଣ୍ଡ୍ କର୍ମୀ ଗୋଟିଏ ନିର୍ଦ୍ଦିଷ୍ଟ ପିଚ୍କୁ କପଡ଼ା ଘୋଡ଼ାଇ ରଖିଥିବା ଦେଖାଯାଇଥିଲା।
କୁହାଯାଉଛି ଏହି ପିଚ୍ରେ ଭାରତ-ପାକିସ୍ତାନ ମ୍ୟାଚ୍ ହୋଇପାରେ ବୋଲି କୁହାଯାଉଛି। ଯେଉଁ ପିଚ୍ରେ ଅଷ୍ଟ୍ରେଲିଆ-ଜିମ୍ବାଓ୍ବେ ମ୍ୟାଚ୍ ଖେଳାଯାଇଥିଲା ତାହା ଏକ ନୂଆ ପିଚ୍ ଥିଲା। ଖେଳ ଆଗେଇବା ସହ ଏହି ପିଚ୍ ଧୀମା ହୋଇଥିଲା ଓ ବଲ୍ ଠିକ୍ଭାବେ ବ୍ୟାଟ୍କୁ ଆସୁନଥିଲା।
ଫଳରେ ଦ୍ବିତୀୟ ଇନିଂସରେ ଅଷ୍ଟ୍ରେଲୀୟ ବ୍ୟାଟର୍ମାନେ ଷ୍ଟ୍ରୋକ୍ ଖେଳିବାକୁ ଯାଇ ସମସ୍ୟାରେ ପଡିଥିଲେ। ଆବୃତ କରି ରଖାଯାଇଥିବା ପିଚ୍ର ପ୍ରକୃତି ବି ସମାନ ରହିପାରେ। ଅର୍ଥାତ୍ ମ୍ୟାଚ୍ ଆଗେଇବା ସହ ଧୀମା ହୋଇପାରେ। ବଲ୍ ମଧ୍ୟ ନିଚ୍ଚା ରହିବାର ସମ୍ଭାବନା ରହିବ, ଯେଉଁଥିରେ ଖେଳିବା ବ୍ୟାଟର୍ମାନଙ୍କ ପାଇଁ କଠିନ ହୋଇପାରେ। ଏଣୁ ଯେଉଁ ଦଳ ଟସ୍ ଜିତିବ ପ୍ରଥମେ ବ୍ୟାଟିଂ କରିବାକୁ ଚାହିଁବ। ପୁଣି ଏହି ପିଚ୍କୁ ଦୃଷ୍ଟିରେ ରଖି ଭାରତ ଜଣେ ଅତିରିକ୍ତ ସ୍ପିନର ଭାବେ କୂଳଦୀପ ଯାଦବଙ୍କୁ ଦଳରେ ସାମିଲ କରିପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/14/14bbs_1_14022026_112-2026-02-14-09-05-19.jpg)