ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଙ୍ଗଳବାର ସାଧାରଣ ସଭାରେ ଯୋଗ ଦେଇଛନ୍ତି। ସାଧାରଣ ସଭାରେ ନିଜ ଅଭିଭାଷଣରେ ନବୀନ ପ୍ରଥମେ ପ୍ରଚଣ୍ଡ ଖରା ସତ୍ତ୍ୱେ ଲୋକେ ତାଙ୍କ କଥା ଶୁଣିବାକୁ ଆସିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ନିଜ ଉଦ୍ବୋଧନ ଆରମ୍ଭ କରିଥିଲେ।
ନବୀନ ସମାନ ଢ଼ଙ୍ଗରେ ଏଠାରେ ବି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ ଏବଂ କେନ୍ଦ୍ରର ବିଜେପି ସରକାର ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣରେ ବିଫଳ ହୋଇଥିବା କଥା କହି କହିଥିଲେ, କାଳିଆ ଯୋଜନା ଦ୍ୱାରା ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି। କେନ୍ଦ୍ରର ବିଜେପି ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି। କିନ୍ତୁ ମୁଁ ଥିବା ଯାଏଁ କେହି କାଳିଆ ଯୋଜନାକୁ ବନ୍ଦ କରି ପାରିବେ ନାହିଁ। ମୁଁ ଆପଣମାନଙ୍କ ପ୍ରତିଟି ଦୁଃଖ ସୁଖରେ ସାଥୀ ହୋଇ ରହିଛି ଓ ରହିବି ମଧ୍ୟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/Naveen-Campaigning-in-Bus.jpg)