ବରଗଡ଼: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଙ୍ଗଳବାର ବରଗଡ଼ ଜିଲ୍ଲା ନିଶାମଣୀ ପଡ଼ିଆରେ ସାଧାରଣ ସଭାରେ ଯୋଗ ଦେଇଛନ୍ତି। ଏହି ସଭାରେ ନବୀନ ପ୍ରଥମେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। କେନ୍ଦ୍ରର ବିଜେପି ସରକାର ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣରେ ବିଫଳ ହୋଇଛନ୍ତି ବୋଲି ନବୀନ ଅଭିଯୋଗ କରିଛନ୍ତି।
ନିଶାମଣୀ ପଡ଼ିଆରେ ଆୟୋଜିତ ହୋଇଥିବା ସାଧାରଣ ସଭାରେ ନିଜ ଅଭିଭାଷଣରେ ନବୀନ ପ୍ରଥମେ ପ୍ରଚଣ୍ଡ ଖରା ସତ୍ତ୍ୱେ ଲୋକେ ତାଙ୍କ କଥା ଶୁଣିବାକୁ ଆସିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଜୟ ଜଗନ୍ନାଥ ଓ ଜୁହାର କହି ଭାଷଣ ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଲେ, କାଳିଆ ଯୋଜନା ଦ୍ୱାରା ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି। କେନ୍ଦ୍ରର ବିଜେପି ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି। ସେହିପରି କୋଶଳି ଭାଷାକୁ ସମ୍ବିଧାନରେ ସାମିଲ କରିବା ପାଇଁ ଦାବି କରାଯାଇଥିଲା। କିନ୍ତୁ ଏହା କରାଗଲା ନାହିଁ। ମୁଁ ଥିବା ଯାଏଁ କେହି କାଳିଆ ଯୋଜନାକୁ ବନ୍ଦ କରି ପାରିବେ ନାହିଁ। ମୁଁ ଆପଣ ମାନଙ୍କ ପ୍ରତିଟି ଦୁଃଖ ସୁଖରେ ସାଥୀ ହୋଇ ରହିଛି ଓ ରହିବି ମଧ୍ୟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/Naveen-Campaigning-in-Bargarh-District_Thumbnail.jpg)