ଭୁବନେଶ୍ୱର: ନବୀନ ନିବାସରେ ଘୋଷଣା ହୋଇଥିବା ପ୍ରାର୍ଥୀମାନେ ପହଞ୍ଚିି ନିଜ ନିଜ ଟିକେଟ ନେଇଛନ୍ତି। ଟିକେଟ ଧରି ସେମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ରାୟଗଡାର ବିଜେଡି ପ୍ରାର୍ଥୀ ଲାଲବିହାରୀ ହିମିରିକା, ସୁନ୍ଦରଗଡ ଲୋକସଭା ପ୍ରାର୍ଥୀ ସୁନିତା ବିଶ୍ୱାଳ, ଭବାନୀପାଟଣା ବିଧାନସଭା ପ୍ରାର୍ଥୀ ଦୁଷ୍ମନ୍ତ ନାୟକ, ଜୁନାଗଡ ବିଧାନସଭା ପ୍ରାର୍ଥୀ ଦିବ୍ୟଶଙ୍କର ମିଶ୍ର ନିଜ ଟିକଟ ଧରି ନବୀନ ନିବାସରୁ ବାହାରିଥିବା ଦେଖାଯାଇଥିଲା । ସେମାନଙ୍କ ଛଡା ଯୋଗେଶ ସିଂ, ପ୍ରଭୁ ଜାନି, ରଘୁରାମ ପୋଡାଲ, ସୁବ୍ରତ ତରାଇ ଆଦି ମଧ୍ୟ ଟିକେଟ ଧରି ନିଜ ନିଜ ନିର୍ବାଚନ ମଣ୍ଡଳି ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବର୍ତ୍ତମାନ ନାମାଙ୍କନ ଦାଖଲ ପ୍ରକ୍ରିୟା ଚାଲିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା ନିମନ୍ତେ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଜିଲ୍ଲାରେ ୩୩୫୫ଟି ଜାମିନବିହୀନ ପରୱାନା କାର୍ଯ୍ୟକାରୀ ହୋଇଛି । ଲାଇସେନ୍ସ ପ୍ରାପ୍ତ ୨୯୧୬ଟି ବନ୍ଧୁକ ସଂପୃକ୍ତ ଜିଲ୍ଲା ପ୍ରଶାସନ ନିକଟରେ ଜିମା ଦିଆଯାଇଛି । ଲାଇସେନ୍ସ ନଥିବା ୫୯ଟି ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଥିବା ୪ଟି କାରଖାନା ଉପରେ ଚଢ଼ାଉ କରାଯାଇଛି । ଗତକାଲି ସୁଦ୍ଧା ରାଜ୍ୟରେ ଫ୍ଲାଇଂ ସ୍କ୍ଵାଡ୍ ଦ୍ଵାରା ୮ଲକ୍ଷ ୩୩ହଜାର ୧୧୦ ଟଙ୍କା ଜବତ କରାଯାଇଥିବା ବେଳେ ପୁଲିସ ଦ୍ଵାରା ୨ଲକ୍ଷ ୨୦ହଜାର ଟଙ୍କା ଜବତ ହୋଇଛି ।
ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରଠାରୁ ଗତକାଲି ପର୍ଯ୍ୟନ୍ତ ସର୍ବସାଧାରଣ ସ୍ଥାନରେ ଥିବା ୧ଲକ୍ଷ ୬୫ହଜାର ୪୩୩ଟି ହୋର୍ଡିଂ, ପୋଷ୍ଟର ଆଦିକୁ ହଟାଯାଇଛି । ସେହିପରି ବ୍ୟକ୍ତିଗତ ମାଲିକାନାରେ ଥିବା ସ୍ଥାନରେ ବେଆଇନ୍ ଭାବେ ଲାଗିଥିବା ୧୪ହଜାର ୧୮୧ଟି ହୋର୍ଡିଂ, ପୋଷ୍ଟରକୁ ମଧ୍ୟ ବାହାର କରାଯାଇଛି। ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ଯାନବାହନର ଅପବ୍ୟବହାର ହେଉଥିବାରୁ ବିଭିନ୍ନ ଗାଡ଼ି ମାଲିକଙ୍କ ବିରୁଦ୍ଧରେ ୨୦୭ଟି ମାମଲା ରୁଜୁ କରାଯାଇଛି ।