ନୂଆଦିଲ୍ଲୀ: ସାଉଥ ଷ୍ଟାର ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲା ଏବେ ଚର୍ଚ୍ଚାରେ ଅଛନ୍ତି। ଏହି ଦମ୍ପତି ସେମାନଙ୍କ ସମ୍ପର୍କକୁ ବହୁତ ଲୁଚାଇ ରଖିଥିବା ବେଳେ କିଛି ଦିନ ତଳେ ନିର୍ବନ୍ଧ କରି ନିଜ ସମ୍ପର୍କ ବିଷୟରେ ସମସ୍ତଙ୍କୁ ଜଣାଇଥିଲେ। ଏହି ମାସ ଆରମ୍ଭରେ, ସେମାନେ ନିର୍ବନ୍ଧ କରି ପରସ୍ପରକୁ ଭଲ ପାଉଥିବା ବିଷୟରେ ସାର୍ବଜନୀନ କରିଥିଲେ। ନିର୍ବନ୍ଧ ପରେ ପ୍ରଶଂସକମାନେ ଏହି ଦମ୍ପତିଙ୍କ ବିବାହକୁ ଅପେକ୍ଷା କରିଛନ୍ତି। ଏବେ ଚୈତନ୍ୟ ଏବଂ ଶୋଭିତାଙ୍କ ବିବାହର ତାରିଖ ଏବଂ ସ୍ଥାନ ସମ୍ପର୍କରେ ସୂଚନା ସାମ୍ନାକୁ ଆସିନଥିବା ବେଳେ ଦ୍ବିତୀୟ ବିବାହକୁ ନେଇ ଚୈତନ୍ୟଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। 

Advertisment

ବିବାହର ଆୟୋଜନ କେତେ ବଡ଼ ହେବ ସେ ନେଇ ପ୍ରଶ୍ନ କରାଯିବାରୁ ଚୈତନ୍ୟ କହିଥିଲେ, “ମୋ ପାଇଁ ବିବାହର ମାନେ ହେଲା ମୋ ଜୀବନରେ ଗୁରୁତ୍ବ ରଖୁଥିବା ଲୋକଙ୍କ ଉପସ୍ଥିତି। ଆୟୋଜନ ବଡ଼ ହେବା ଜରୁରୀ ନୁହେଁ। ବରଂ ଆମ ସଂସ୍କୃତି ଏବଂ ପରମ୍ପରାକୁ ଧ୍ୟାନରେ ରଖି ବିବାହ ହେବା ଜରୁରୀ। ମୁଁ ଏଭଳି ବିବାହ ଚାହେଁ।"

ତାଙ୍କର ଏହି ବୟାନ ପରେ ଉଭୟ ଚୈତନ୍ୟ ଓ ଶୋଭିତା ନିରାଡମ୍ବର ଭାବେ ବିବାହ କରିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।