କୋରାପୁଟ: ଲଗାଣ ବର୍ଷା ଯୋଗୁଁ ପାହାଡ଼ରୁ ଧସିଲା ମାଟି ଅତଡା। କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ବିଜାଘାଟି ରାସ୍ତା ଉପରେ ପଡିଛି ମାଟି ଅତଡ଼ା। ଏହାଫଳରେ ନାରାୟଣପାଟଣା ଓ ଦାମନଯୋଡ଼ିକୁ ସଂଯୋଗ କରୁଥିବା ରାସ୍ତା ବନ୍ଦ ରହିଛି।
ରିପୋର୍ଟ ଲେଖାଯିବା ସୁଦ୍ଧା ରାସ୍ତାରୁ ମାଟି ଅତଡ଼ା ହଟାଇ ଦିଆଯାଇନାହିଁ। ସ୍ଥାନୀୟ ଲୋକଙ୍କ ଯାତାୟତରେ ଅସୁିିଧା ପରିଲକ୍ଷିତ ହେଉଛି।