ବାରଣାସୀରୁ ମୋଦୀଙ୍କ ବିରୋଧରେ ନିର୍ଦଳୀୟ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ୫୦ଜଣ କୃଷକ

ବାରଣାସୀ : ୨୦୧୯ ଲେୋକସଭା ନିର୍ବାଚନରେ ଶୁକ୍ରବାର ବାରଣାସୀ ଆସନରୁ  ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଗୁରୁବାର ବିଶାଳ ରୋଡ୍‌ ସେୋ’ପରେ ଶୁକ୍ରବାର ସେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତେବେ ମୋଦୀଙ୍କୁ ବିରୋଧ କରି ତେଲେଙ୍ଗନାରା ୫୦ଜଣ କୃଷକ ନିର୍ଦଳୀୟ ପ୍ରାର୍ଥୀ ହୋଇ ଶନିବାର ନାମାଙ୍କନ ପତ୍ର ଦାଖଲ କରିଥିବା ଜଣା ପଡ଼ିଛି । ନାମାଙ୍କନ ପରେ ଏନ୍‌ଆଇକୁ ନିଜର ବୟାନ ଦେଇ, ଆମେ କାହାକୁ ବିରୋଧ କରୁନାହୁଁ । ଆମେ କେବଳ ଆମର ସମସ୍ୟାକୁ ଲୋକମାନଙ୍କ ପାଖକୁ ଆଣିବାକୁ ଚାହୁଁଛୁ ବୋଲି କହିଥିଲେ ।

The News Minute

ସୂନଚା ମୁତାବକ, ନାମାଙ୍କନ ଭରିଥିବା ୫୦ଜଣ କୃଷକ ହଳଦୀ ଚାଷ କରୁଥିବା କୃଷକ ବୋଲି ଜଣା ପଡ଼ିଛି । ହଳଦୀ ବୋର୍ଡର ଗଠନ କରାଯିବା ସହ ହଳଦୀ କ୍ୱିଣ୍ଟାଲ ପ୍ରତି ୧୫,୦୦୦ଟଙ୍କା କରାଯାଉ ବୋଲି ଦାବି କରି ସେମାନେ ନିର୍ବାଚନ ଲଢ଼ିବାକୁ ବୋଲି ନିଷ୍ପତ୍ତି ନେଇଛନ୍ତି ।

ସମ୍ବନ୍ଧିତ ଖବର