ନୂଆଦିଲ୍ଲୀ: ବିଶାଳ ବିଜୟ ପରେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦୀ। ସେ ପ୍ରଧାନମନ୍ତ୍ରୀ ଭାବେ ଆସନ୍ତା ୩୦ ତାରିଖରେ ଶପଥ ଗ୍ରହଣ କରିବେ ବୋଲି ସୂଚନା ରହିଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଶପଥ ଗ୍ରହଣ କରିବା ପୂର୍ବରୁ ମୋଦୀ ତାଙ୍କ ସଂସଦୀୟ କ୍ଷେତ୍ର ବାରଣାସୀକୁ ଯିବେ। ମେ ୨୮ ଓ ୨୯ ତାରିଖରେ ବାରଣାସୀ ବୁଲି ଲୋକଙ୍କୁ ଭେଟିବା ପରେ ମୋଦୀ ୩୦ରେ ଶପଥ ଗ୍ରହଣ କରିବେ।
ଆଜି ସକାଳୁ ମୋଦୀ ଭିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଭେଟିଛନ୍ତି। ବୈଠକ ଡକାଇବା ପୂର୍ବରୁ ମୋଦୀ ଆଡଭାନୀଙ୍କ ସହ ବରିଷ୍ଠ ନେତା ମୁରଲୀ ମନୋହର ଜୋଶୀଙ୍କୁ ମଧ୍ୟ ଭେଟିଥିବା ସୂଚନା ରହିଛି। ମୋଦୀଙ୍କ ବିଶାଳ ବିଜୟ ଏବେ ଖାଲି ଭାରତବର୍ଷ ନୁହେଁ, ସାରା ବିଶ୍ୱରେ ଚର୍ଚ୍ଚା ପାଲଟିଛି। ଚାରିଆଡୁ ଛୁଟିଛି ଶୁଭେଚ୍ଛାର ସୁଅ। ମେ ୩୦ରେ ମୋଦୀଙ୍କ ସହ ତାଙ୍କ ମନ୍ତ୍ରିମଣ୍ଡଳ ଅନ୍ୟ କିଛି ସଦସ୍ୟ ମଧ୍ୟ ଶପଥ ଗ୍ରହଣ କରିପାରନ୍ତି ବୋଲି ସୂଚନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/Modi-11-770x433.jpg)