ମୁମ୍ବାଇ: ଟିମ୍ ଇଣ୍ଡିଆର ଅଲରାଉଣ୍ଡର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ପତ୍ନୀ ନତାଶା ଅଲଗା ହୋଇଯାଇଛନ୍ତି | ଉଭୟ କିଛି ଦିନ ତଳେ ନିଜର ଛାଡପତ୍ର ବାବଦରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଥିଲେ। ନତାଶା ଓ ହାର୍ଦ୍ଦିକ ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଥିଲେ ଯେ ଉଭୟ ପାରସ୍ପରିକ ସମ୍ମତି ସହିତ ଅଲଗା ହୋଇଯାଇଛନ୍ତି। ଛାଡ଼ପତ୍ର ଘୋଷଣା ପରେ ଦୁହେଁ ଏହା ପଛର କାରଣ ଜଣାଇନଥିବା ବେଳେ ଏବେ ଛାଡ଼ପତ୍ର ପଛର କାରଣ ସାମ୍ନାକୁ ଆସିଛି।
କୁହାଯାଉଛି ଯେ, “ହାର୍ଦ୍ଦିକଙ୍କର ଟିକେ ଲୋକ ଦେଖାଣିଆ ଗୁଣ ଥିଲା ଏବଂ ସେ ନିଜ ଭିତରେ ସବୁବେଳେ ରହୁଥିଲେ। ପ୍ରଥମେ ପ୍ରଥମେ ହାର୍ଦ୍ଦିକ ବଦଳିଯିବେ ବୋଲି ଭାବି ନତାଶା ତାଙ୍କ କାମକୁ ଅଣଦେଖା କରୁଥିଲେ। ହେଲେ ସମୟ ବିତିବା ପରେ ବି ହାର୍ଦ୍ଦିକ ବଦଳିନଥିଲେ। ୪ବର୍ଷ ଭିତରେ ଅଭିନେତ୍ରୀ ହୃଦୟଙ୍ଗମ କଲେ ଯେ ମଣିଷ ଭାବରେ ଦୁହିଁଙ୍କ ମଧ୍ୟରେ ବହୁତ ଅଧିକ ପାର୍ଥକ୍ୟ ଅଛି। ନତାଶା ତାଙ୍କ ବ୍ୟକ୍ତିତ୍ୱକୁ ହାର୍ଦ୍ଦିକଙ୍କ ବ୍ୟକ୍ତିତ୍ୱ ସହିତ ମେଳାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏଭଳି କରି ସେ ଖୁସି ହୋଇପାରିନଥିଲେ। ୪ବର୍ଷ ସମ୍ପର୍କ ସମ୍ଭାଳିବାକୁ ଚେଷ୍ଟା କରି କ୍ଲାନ୍ତ ହୋଇଯିବା ପରେ ଶେଷରେ ସେ ଛାଡ଼ପତ୍ର ନେବାର ନିଷ୍ପତ୍ତି ନେଲେ ବୋଲି ସାମ୍ନାକୁ ଆସିଛି।
ଉଲ୍ଲେଖଯୋଗ୍ୟ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କଠାରୁ ଅଲଗା ହେବା ପରେ ନତାସା ଷ୍ଟାନକୋଭିକ୍ ବର୍ତ୍ତମାନ ତାଙ୍କ ସହର ସର୍ବିଆରେ ଅଛନ୍ତି। ମେ’ ୨୦୨୦ରେ ନିରାଡମ୍ବର ଭାବେ ବିବାହ କରିବା ପରେ ଫେବ୍ରୁଆରି ୨୦୨୩ରେ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ବଡ଼ ଆଡମ୍ବରରେ ବିବାହ କରିଥିଲେ ହାର୍ଦ୍ଦିକ-ନତାଶା। ହେଲେ ଜୁଲାଇ ୨୦୨୪ରେ ସେମାନେ ଅଲଗା ହେଉଥିବା ନିଶ୍ଚିତ କରିଥିଲେ। ଛାଡ଼ପତ୍ର ବିଷୟରେ ଘୋଷଣା କରି ଦୁହେଁ ଲେଖିଥିଲେ, “ପ୍ରାୟ ୪ ବର୍ଷ ପରେ ଆମେ ପାରସ୍ପରିକ ସହମତିରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ଆମେ ଦୁହେଁ ଏକାଠି ରହି ନିଜର ସର୍ବଶ୍ରେଷ୍ଠ ସମୟ ଦେଇଥିଲୁ | କିନ୍ତୁ ବର୍ତ୍ତମାନ ଦୁହେଁ ସମାନ ନିଷ୍ପତ୍ତି ନେଇଛୁ । ଏହା ଆମ ପାଇଁ ବହୁତ କଷ୍ଟସାଧ୍ୟ ନିଷ୍ପତ୍ତି ଥିଲା | ଅଗସ୍ତ୍ୟ ଆମର ଉଭୟ ଜୀବନର ଏକ ଅଂଶ ହୋଇ ରହିବ | ଆମେ ଦୁହେଁ ତାଙ୍କୁ ସମସ୍ତ ଖୁସି ଦେବାକୁ ଚେଷ୍ଟା କରିବୁ |”
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/6jyfcwsjnV6bOtJVM4Ay.jpg)